ନୂଆଦିଲ୍ଲୀ,୨୨।୧୧: ରେମଣ୍ଡ କମ୍ପାନୀ ଚେୟାରମ୍ୟାନ ଗୌତମ ସିଙ୍ଘାନିଆ ଏବଂ ତାଙ୍କ ପତ୍ନୀ ନଓ୍ବାଜ ମୋଦି ସିଙ୍ଘାନିଆଙ୍କ ଛାଡ଼ପତ୍ର ଖବର ଏବେ କମ୍ପାନୀ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। କାରଣ ଏନେଇ ଗୌତମ ଘୋଷଣା କରିବା ଦିନଠାରୁ ଏଯାବତ ତାଙ୍କର ୧୫୦୦ କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇସାରିଲାଣି। କମ୍ପାନୀର ଶେୟାର ନଭେମ୍ବର ୧୩ରୁ ନେଇ ଆଜି(ବୁଧବାର) ଅପରାହ୍ନ ଯାଏ ୧୨% ତଳକୁ ଖସିଛି। ଫଳରେ କମ୍ପାନୀର ୧୫୦୦ କୋଟି ଟଙ୍କା କ୍ଷତି ହୋଇଛି।
କହିରଖୁଛୁ, ଗୌତମ ନଭେମ୍ବର ୧୩ରେ ସ୍ତ୍ରୀଙ୍କଠାରୁ ଛାଡ଼ପତ୍ର ନେଉଥିବା ଘୋଷଣା କରିଥିଲେ। ଦୁହିଁଙ୍କର ୩୨ ବର୍ଷର ସମ୍ପର୍କ ଭାଙ୍ଗିଥିଲା। ଏହାକୁ ନେଇ ନିବେଶକମାନେ କମ୍ପାନୀ ଉପରେ ଭରସା ହରାଉଥିବା କୁହାଯାଉଛି। ନଓ୍ବାଜ ନିଜେ କମ୍ପାନୀର ନିବେଶକ ଥିବା ଯୋଗୁ ଛାଡ଼ପତ୍ର ପରେ ସମ୍ପତ୍ତି କେଉଁଭଳି ଭାବେ ବଣ୍ଟାଯିବ ତାହା ଚିନ୍ତାର କାରଣ ପାଲଟିଛି।