ଭୁବନେଶ୍ୱର,୧୦।୯: ରେମଣ୍ଡର ନୂତନ ତଥା ଏକ୍ସକ୍ଲୁସିଭ୍ ଆଉଟ୍ଲେଟ୍ ନିକଟରେ ଅନୁଗୋଳର ଗାନ୍ଧୀ ମାର୍ଗଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉକ୍ତ ଆଉଟ୍ଲେଟ୍ର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେମଣ୍ଡର ନମନ ଏବଂ ଅନୁଭବଙ୍କ ସମେତ ଫ୍ରାଞ୍ଚାଇଜର ରାଜ କୁମାର ଅଗ୍ରଓ୍ବାଲ,ବିଜୟ କୁମାର ଅଗ୍ରଓ୍ବାଲ, ଅମିତ ଅଗ୍ରଓ୍ବାଲ,ଦିଲୀପ ଅଗ୍ରଓ୍ବାଲ, ପଓ୍ବନ ଅଗ୍ରଓ୍ବାଲ ଏବଂ ଅଂଶୁମାନ ଜଲାନ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ୨୫୦୦ବର୍ଗ ଫୁଟ ପରିବ୍ୟାପ୍ତ ଜମିରେ ଗଢ଼ି ଉଠିଥିବା ଏହି ନୂତନ ଶୋ’ରୁମ୍ରେ ପୁରୁଷଙ୍କ ପାଇଁ ଆକର୍ଷଣୀୟ ଫାବ୍ରିକ କ୍ଲଥ୍ସ, ରେଡିମେଡ୍ ପ୍ୟାଣ୍ଟ-ଶାର୍ଟ, ଜିନ୍ସ ଟି ଶାର୍ଟ ଭଳି ଅନେକ ବର୍ଗର ଗୁଣାତ୍ମକ ଉତ୍ପାଦ ଉପଲବ୍ଧ। ବିଶେଷ କରି ବ୍ରାଣ୍ଡେଡ୍ ପୋଷାକର ଗନ୍ତବ୍ୟସ୍ଥଳ ଭାବେ ପରିଚିତ ରେମଣ୍ଡରେ ଗ୍ରାହକ କଲର୍ପ୍ଲସ, ପାର୍କ ଆଭେନ୍ୟୁ, ପାର୍କ ଆଣ୍ଡ ଏଥ୍ନିକ୍ସ ଭଳି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ବ୍ରାଣ୍ଡ୍ର ପୋଷାକ ପାଇପାରିବେ।