ନୂଆଦିଲ୍ଲୀ,୧୯।୫: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ଇତିହାସରେ ସବୁଠାରୁ ସଫଳ ଦଳ। ଏହି ଦଳ ପାଞ୍ଚ ଥର ଟାଇଟଲ ଜିତିଛି ଏବଂ ପ୍ଲେ ଅଫରେ ସର୍ବାଧିକ ଥର ପହଞ୍ଚିଛି। ତେଣୁ ଶନିବାର ଚେନ୍ନାଇ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଆଇପିଏଲ -୨୦୨୪ ପ୍ଲେ ଅଫ ଯୁଦ୍ଧ ଚାଲିଥିବାବେଳେ ଅଧିକାଂଶ ଲୋକ ଚେନ୍ନାଇର ବିଜୟ ଆଶା କରୁଥିଲେ। କିନ୍ତୁ ଆରସିବି ଜିତିଲା। ଚେନ୍ନାଇ ପ୍ଲେ ଅଫକୁ ଯାଉନଥିଲା ଏକଥା ହେକି କେହି ବିଶ୍ୱାସ କରିପାରିନଥିଲେ। ଆଉ ଏମାନଙ୍କ ମଧ୍ୟରେ ଅମ୍ବାତି ରାୟୁଡୁ ମଧ୍ୟ ଜଣେ ଥିଲେ।
ଚେନ୍ନାଇକୁ ଏହି ମ୍ୟାଚ ଜିତିବାର ମଧ୍ୟ ଆବଶ୍ୟକତା ନଥିଲା। ତାଙ୍କୁ କେବଳ ୨୦୦ରୁ ଅଧିକ ସ୍କୋର କରିବାକୁ ପଡିଲା ଏବଂ ଆରସିବିକୁ ଆବଶ୍ୟକ ପରାଜୟର ମାର୍ଜିନ ଦେବାକୁ ପଡିଲା ନାହିଁ। କିନ୍ତୁ ଚେନ୍ନାଇ ଏହା କରିପାରିଲା ନାହିଁ ଏବଂ ଆଇପିଏଲ ଇତିହାସରେ ଏହା ତୃତୀୟ ଥର ପାଇଁ ଚେନ୍ନାଇ ଦଳ ପ୍ଲେ ଅଫ ଖେଳିବ ନାହିଁ।
ସୂଚନାଯୋଗ୍ୟ, ରାୟୁଡୁ ଆଇପିଏଲରେ ଷ୍ଟାର୍ ସ୍ପୋର୍ଟସ ପାଇଁ କମେଣ୍ଟ୍ରି କରୁଛନ୍ତି। ଯେତେବେଳେ ଆରସିବିର ୟଶ ଦିନଲ ଶେଷ ଓଭରରେ ବୋଲିଂ କରୁଥିଲେ ସେତେବେଳେ ରାୟୁଡୁ କମେଣ୍ଟ୍ରି ବକ୍ସରେ ଥିଲେ। ମ୍ୟାଚର ଶେଷ ବଲ ବୋଲିଂ ହେବା ମାତ୍ରେ ଚେନ୍ନାଇ ପ୍ଲେ ଅଫକୁ ଯିବ ନାହିଁ ବୋଲି ନିଶ୍ଚିତ ହେବା ମାତ୍ରେ ରାୟୁଡୁଙ୍କ ଆଖିରେ ଲୁହ ଆସିଯାଇଥିଲା। ତାଙ୍କ ପାଟିରୁ କୌଣସି ଶବ୍ଦ ବାହାରୁ ନଥିଲା। ସେ ସଙ୍ଗେ ସଙ୍ଗେ ମାଇକ ଛାଡିଦେଲେ। ଆଶ୍ଚର୍ଯ୍ୟଜନକ ଭାବେ ସେ ଚୁପ ହୋଇଗଲେ। ଏହାପରେ ରାୟୁଡୁ ବହୁତ କାନ୍ଦିବାକୁ ଲାଗିଲେ। ରାଇଡୁଙ୍କର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।