ଭିଜିଲାନ୍ସ ଜାଲରେ ଆର୍‌ବି ଡିଭିଜନ କିରାଣି

ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ମଙ୍ଗଳବାର ଆର୍‌ବି ଡିଭିଜନ-୧ର କିରାଣି ଅସିତ କୁମାର ନାୟକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଏକା ସାଙ୍ଗରେ ୫ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଡୁମ୍‌ଡୁମାସ୍ଥିତ ୩ ମହଲା ଘର, ଜଟଣୀସ୍ଥିତ ଗୋଟିଏ ଡୁପ୍ଲେକ୍ସ, ଗୋଳନ୍ଥରା, କଇଥପାଲି, ବରହମପୁରରେ ଥିବା ଫ୍ଲାଟ୍‌, କାର୍ଯ୍ୟାଳୟରେ ମଧ୍ୟ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ଦ୍ୱାରା ଦିଆଯାଇଥିବା ସର୍ଚ୍ଚ ଓ୍ବାରେଣ୍ଟ ବଳରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦,୬୨,୬୦୫ ଟଙ୍କା ଜବତ କରାଯାଇଛି। ଏବେ ଚଢ଼ାଉ ଜାରି ରହିଛି, ଶେଷ ହେଲେ ସବିଶେଷ ତଥ୍ୟ ଦିଆଯିବ ବୋଲି ଭିଜିଲାନ୍ସ ଅଧିକାରୀମାନେ କହିଛନ୍ତି।

Share