Categories: ବାଣିଜ୍ୟ

ବିଓବି ଉପରେ ଆର୍‌ବିଆଇର କାର୍ଯ୍ୟାନୁଷ୍ଠାନ, ମୋବାଇଲ ଆପ୍‌ ଜରିଆରେ ଗ୍ରାହକଙ୍କୁ ସାମିଲ କରିବା ଉପରେ ରୋକ

ନୂଆଦିଲ୍ଲୀ,୧୧।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହାର ମୋବାଇଲ ଆପ୍‌ ‘ବିଓବି ଓ୍ବାଲର୍‌ଡ’ ଜରିଆରେ ନୂଆ ଗ୍ରାହକଙ୍କୁ ଯୋଡ଼ିବା ଉପରେ ଆର୍‌ବିଆଇ ରୋକ ଲଗାଇଛି। ଆର୍‌ବିଆଇ ଗ୍ରାହକଙ୍କୁ ଏହି ଆପ୍ଲିକେଶନରେ ସାମିଲ କରିବାର ପଦ୍ଧତିକୁ ନେଇ ଚିନ୍ତା ପ୍ରକାଶ କରି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

୧୯୪୯ର ଧାରା ୩୫ଏ ଅନୁଯାୟୀ ନିଜର ଅଧିକାର ପ୍ରୟୋଗ କରି ‘ବିଓବି ଓ୍ବାର୍ଲଡ୍‌’ଆପ୍‌ ଉପରେ ତତ୍କାଳ ପ୍ରଭାବ ସହ ରୋକ ଲଗାଇବାକୁ ଆର୍‌ବିଆଇ ନିର୍ଦ୍ଦେଶ ଦେଇଛି। ଏହାଦ୍ୱାରା ଯେଭଳି ପୂର୍ବ ଗ୍ରାହକମାନେ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ତାହା ସୁନିଶ୍ଚିତ କରିବାକୁ ମଧ୍ୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ତେବେ ଆର୍‌ବିଆଇର ଏଭଳି ଆକ୍ସନ ପରେ ବୁଧବାର ବିଓବିର ଶେୟାର କମୁଥିବା ନଜର ଆସିଛି।

Share