Categories: ବାଣିଜ୍ୟ

ଏବେ ପାସଓ୍ବାର୍ଡ ବିନା କରନ୍ତୁ ୫୦୦ ଟଙ୍କା ଯାଏ ଡିଜିଟାଲ ପେମେଣ୍ଟ

ନୂଆଦିଲ୍ଲୀ,୧୧।୮: ଏଣିକି ୟୁପିଆଇରୁ ୫୦୦ ଟଙ୍କା ଯାଏର ନେଣଦେଣ ଲାଗି ପାସଓ୍ବାର୍ଡ ଦେବାର ଆବଶ୍ୟକତା ପଡ଼ିବ ନାହିଁ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୟୁପିଆଇ ଲାଇଟ୍‌ ଲାଗି ବିନା ପାସଓ୍ବାର୍ଡ କାରବାର ସୀମାକୁ ୨୦୦ରୁ ୫୦୦ ଟଙ୍କାକୁ ବୃଦ୍ଧି କରିଛି ବୋଲି ଘୋଷଣା କରିଛି। ହେଲେ ଏଥିରେ ୨୦୦୦ ଟଙ୍କା ଲିମିଟ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ତେବେ ଆର୍‌ବିଆଇର ଘୋଷଣା ପରେ ଖୁବ୍‌ଶୀଘ୍ର ବ୍ୟାଙ୍କ ଏବଂ ପେମେଣ୍ଟ ଆପ୍‌ଗୁଡ଼ିକ ନୂଆ ସୁବିଧା ଆରମ୍ଭ କରିପାରନ୍ତି। ଏହି ସୁବିଧା ସ୍ମାର୍ଟଫୋନ ଏବଂ ଫିଚର ଫୋନ୍‌ ଆଧାରିତ ୟୁପିଆଇ ପ୍ଲାଟଫର୍ମରେ ଉପଲବ୍ଧ ହେବ।

Share