କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ସିଇଓ ଉଦୟ କୋଟାକ୍‌ଙ୍କ ଇସ୍ତଫା: ଦୀପକ ଗୁପ୍ତାଙ୍କୁ ନିଯୁକ୍ତି କଲା ଆରବିଆଇ

ନୂଆଦିଲ୍ଲୀ,୮।୯: କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ୍‌ ସିଇଓ ଉଦୟ କୋଟାକ୍‌ଙ୍କ ଇସ୍ତଫା ପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ମଧ୍ୟବର୍ତ୍ତୀ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ଦୀପକ ଗୁପ୍ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି।
ଷ୍ଟକ ମାର୍କେଟକୁ ଦିଆଯାଇଥିବା ସୂଚନାରେ କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ କହିଛି ଯେ, ସେପ୍ଟେମ୍ବର ୭ ୨୦୨୩ତାରିଖରେ ଚିଠି ମାଧ୍ୟମରେ ଗୁପ୍ତାଙ୍କ ନିଯୁକ୍ତିକୁ ଆରବିଆଇ ଅନୁମୋଦନ କରିଛି। ସେ ଡିସେମ୍ବର ୨୦୨୩ ଯାଏଁ ଏହି ପଦରେ କାର୍ଯ୍ୟନିର୍ବାହୀ ଭାବେ ଦାୟିତ୍ୱ ଗ୍ରହଣ କରିବେ।

Share