ନୂଆଦିଲ୍ଲୀ,୧୧।୩: ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ୍ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)। କମ୍ପାନୀକୁ ନୂଆ ଗ୍ରାହକ ସୃଷ୍ଟି ନ କରିବାକୁ ଶୁକ୍ରବାର ଆର୍ବିଆଇ ନିର୍ଦ୍ଦେଶ ଦେବା ସହ ନିର୍ଦ୍ଦେଶକୁ ତତ୍କାଳ ପାଳନ କରିବାକୁ କହିଛନ୍ତି। ଏହା ସହିତ ପେଟିଏମ୍ କମ୍ପାନୀର ଆଇଟି ସିଷ୍ଟମର ବ୍ୟାପକ ଅଡିଟ୍ କରିବା ପାଇଁ ଏକ ଆଇଟି ଅଡିଟ ଫାର୍ମକୁ ନିଯୁକ୍ତ କରିବାକୁ ଆର୍ଆଇ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାଙ୍କିଂ ରେଗୁଲେଶନ ଆକ୍ଟ, ୧୯୪୯ର ଧାରା ୩୫ଏରେ ପ୍ରଦତ୍ତ କ୍ଷମତାର ବ୍ୟବହାର କରି ରିଜର୍ଭ ବ୍ୟାଙ୍କ ଏହି ନିର୍ଦ୍ଦେଶ ଦେଇଛି।
ଆଇଟି ଅଡିଟ୍ ରିପୋର୍ଟ ଆସିବା ପରେ ତା’ର ସମୀକ୍ଷା କରାଯିବ। ଏହାପରେ ପେଟିଏମ୍ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ୍କୁ ନୂଆ ଗ୍ରାହକ ସୃଷ୍ଟି କରିବା ପାଇଁ ଅନୁମତି ଦିଆଯିବ କି ନାହିଁ, ତା’ର ବିଚାର କରାଯିବ। ବ୍ୟାଙ୍କରେ ସୃଷ୍ଟି ହୋଇଥିବା କିଛି ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଆର୍ବିଆଇ ପକ୍ଷରୁ କୁହାଯାଇଛି।