Paytm ଉପରେ ଆରବିଆଇର ବଡ କାର୍ଯ୍ୟାନୁଷ୍ଠାନ… ଫେବୃଆରୀ ୨୯ ପରେ ହୋଇପାରିବନି ନେଣଦେଣ

ନୂଆଦିଲ୍ଲୀ,୩୧।୧: ଅନଲାଇନ୍ ପେମେଣ୍ଟ ସେବା ଯୋଗାଉଥିବା ପେଟିଏମ୍ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଠାରୁ ଏକ ବଡ଼ ଝଟକା ପାଇଛି। ପେଟିଏମ୍ କୁ ନୂତନ ଗ୍ରାହକ ଯୋଡିବାକୁ ବାରଣ କରାଯାଇଛି। ଏହାର ଅର୍ଥ ବର୍ତ୍ତମାନ କୌଣସି ନୂତନ ଗ୍ରାହକ ପେଟିଏମ୍ ପେମେଣ୍ଟ ବ୍ୟାଙ୍କରେ ଯୋଗଦାନ କରିବାକୁ ସମର୍ଥ ହେବେ ନାହିଁ। ତେବେ ପେଟିଏମ୍‌ରେ ଥିବା ଟଙ୍କା ସରିବା ଯାଏଁ ବ୍ୟବହାର ହୋଇପାରିବ। ତୁରନ୍ତ ପ୍ରଭାବ ସହିତ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଉଛି ବୋଲି କେନ୍ଦ୍ରୀୟ ବ୍ୟାଙ୍କ କହିଛି।

ପେଟିଏମ୍ ପେମେଣ୍ଟ ବ୍ୟାଙ୍କରେ ନୂତନ ଗ୍ରାହକ ଯୋଡିବା ଉପରେ ପ୍ରତିବନ୍ଧକ ଲଗାଇବା ବ୍ୟତୀତ ଆରବିଆଇ ଏକ ନିର୍ଦ୍ଦେଶ ଜାରି କରିଛି ଯେ, ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ୨୯ ଫେବୃଆରୀ ୨୦୨୪ ପରେ କୌଣସି ଗ୍ରାହକ ଆକାଉଣ୍ଟ, ୱାଲେଟ୍ ଏବଂ ଫାଷ୍ଟାଗରେ ଜମା / ଟପ୍ ଅପ୍ କରିବାକୁ ଅନୁମତି ଦିଆଯିବ ନାହିଁ।

ବ୍ୟାଙ୍କର ଗ୍ରାହକମାନଙ୍କୁ ସେମାନଙ୍କ ସେଭିଂ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ, ପ୍ରିପେଡ୍ ଇନଷ୍ଟ୍ରୁମେଣ୍ଟସ୍, ଫାଷ୍ଟାଗ୍, ନ୍ୟାସନାଲ କମନ୍ ମୋବିଲିଟି କାର୍ଡ (ଏନସିଏମସି) ସହିତ ଆକାଉଣ୍ଟରୁ ଟଙ୍କା ପ୍ରତ୍ୟାହାର କିମ୍ବା ବ୍ୟବହାର କରିବାକୁ ଅନୁମତି ଦିଆଯିବ। ଅର୍ଥାତ ସସେଭିଂ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ ଏବଂ ଫାଷ୍ଟାଗରେ ଜମା ହୋଇଥିବା ଟଙ୍କା ପ୍ରତ୍ୟାହାର କିମ୍ବା କୌଣସି ପ୍ରତିବନ୍ଧକ ବିନା ବ୍ୟବହାର କରାଯାଇପାରିବ। ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ -୧୯୯୯ ର ଧାରା ୩୫-ଏ ଅନୁଯାୟୀ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ ଆରବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଭି ଗାଡ଼ି ମାଲିକମାନଙ୍କୁ ସବସିଡିରେ ମିଳିଛି ₹୨୩୨.୪୫ କୋଟି ଟଙ୍କା

ଭୁବନେଶ୍ୱର,୧୪ା୩: ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସବସିଡି ବଣ୍ଟନ ତଥ୍ୟରୁ ଜଣାପଡିଛି ଯେ ଓଡ଼ିଶାରେ ପଞ୍ଜିକୃତ ଇଲେକ୍ଟ୍ରିକ୍ ଯାନ (ଇଭି)...

ହୋଲିରେ ପୁଣି ବଢ଼ିଲା ସୁନା ଦର, କେତେ ଟଙ୍କାରେ ପହଞ୍ଚିଲା ଜାଣନ୍ତୁ…

ନୂଆଦିଲ୍ଲୀ,୧୩ା୩: ଦିଲ୍ଲୀରେ ସୁନା ଦର ଗୁରୁବାର ୧୦ ଗ୍ରାମ୍‌ ପ୍ରତି ୬୦୦ ଟଙ୍କା ବୃଦ୍ଧି ପାଇ ସର୍ବାଧିକ ୮୯,୪୫୦ ଟଙ୍କାରେ ପହଞ୍ଚିଛି। ବୁଧବାର ୯୯.୯ ପ୍ରତିଶତ...

ବୀମା ବଜାରରେ ପତଞ୍ଜଳି ଆୟୁର୍ବେଦର ଏଣ୍ଟ୍ରି

ନୂଆଦିଲ୍ଲୀ,୧୩।୩: ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଆୟୁର୍ବେଦ ଏବେ ବୀମା କ୍ଷେତ୍ରରେ ପ୍ରବେଶ କରିଛି। କମ୍ପାନୀ ମାଗ୍‌ମା ଜେନେରାଲ ଇନସୁରାନ୍ସର ଏକ ପ୍ରମୁଖ ଅଂଶଧନ...

୧୦ଟଙ୍କାରେ କିଣିଥିଲେ ଶେୟାର, ୩୭ବର୍ଷ ପରେ ମିଳିଲା କବାଡିରୁ, ବର୍ତ୍ତମାନର ଦାମ୍‌ ୧୨ଲକ୍ଷରୁ ଅଧିକ…

ଭାଗ୍ୟର କୌଣସି ଗ୍ୟାରେଣ୍ଟି ନାହିଁ ଏବଂ ଆପଣଙ୍କ ଭାଗ୍ୟ ଯେକୌଣସି ସମୟରେ ପରିବର୍ତ୍ତନ ହୋଇପାରେ। ଚଣ୍ଡିଗଡ଼ର ରତନ ଢିଲୋଙ୍କ ସହିତ ମଧ୍ୟ ସମାନ କିଛି ଘଟିଛି।...

୧୦୦୦ ଟଙ୍କା ପାଇଁ ୫୧ ଲକ୍ଷ ଟଙ୍କା ହରାଇଲେ ମହିଳା: ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧୩।୩: ଆଜିକାଲି ସୋସିଆଲ ମିଡିଆ ଯୁଗରେ ସବୁକିଛି ଅନଲାଇନରେ ଘଟୁଛି। ପୋଷାକ କିଣିବା ଠାରୁ ଆରମ୍ଭ କରି ବାହାରକୁ ଯିବା ପାଇଁ କ୍ୟାବ ବୁକ କରିବା...

E-Commerceରେ ମିଳୁଥିବା Exchange Offerର ଅସଲ କଥା ଜାଣନ୍ତି କି? କ’ଣ ସତରେ ମିଳେ ଫାଇଦା ନା ହୁଏ କ୍ଷତି

ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ଏକ୍ସଚେଞ୍ଜ ଅଫରଗୁଡ଼ିକ ସମସ୍ତଙ୍କ ପାଇଁ ଆକର୍ଷଣୀୟ ମନେହୁଏ। ସାଧାରଣତଃ ଏହି ଅଫରରେ, ସାଇଟଗୁଡ଼ିକ ପୁରୁଣା ଉତ୍ପାଦକୁ ନୂତନ ଉତ୍ପାଦ ସହିତ ବଦଳାଇ...

ବ୍ୟବସାୟ ବିକାଶ ବୃଦ୍ଧି କରିବା ପାଇଁ ସହର ଯୋଜନା ନିୟମ ସଂଶୋଧନ କଲେ ଓଡ଼ିଶା ସରକାର

ଭୁବନେଶ୍ୱର,୧୨।୩: ଇଜ୍‌ ଅଫ୍‌ ଡୁଇଙ୍ଗ ବିଜନେସ(ବ୍ୟବସାୟ କରିବାର ସହଜତା)କୁ ବୃଦ୍ଧି କରିବା ପାଇଁ, ଓଡ଼ିଶା ସରକାର ଓଡ଼ିଶା ସହର ଯୋଜନା ଏବଂ ଉନ୍ନତି ଟ୍ରଷ୍ଟ (ଯୋଜନା...

Airtel ପରେ Jio ସହିତ ହାତ ମିଶାଇଲେ ଏଲନ ମସ୍କ: ଜାଣନ୍ତୁ Starlink ଇଣ୍ଟରନେଟ୍ ପାଇଁ ମାସିକ କେତେ ଟଙ୍କା ଖର୍ଚ୍ଚ ହେବେ

ନୂଆଦିଲ୍ଲୀ,୧୨।୩: ବିଶ୍ୱର ସବୁଠାରୁ ବଡ଼ ଧନୀ ଏଲନ ମସ୍କଙ୍କ Starlink ଭାରତୀୟ ବଜାରରେ ପ୍ରବେଶ ସହିତ ବହୁପ୍ରତୀକ୍ଷିତ ଇଣ୍ଟରନେଟ୍ ସଂଯୋଗରେ ଏକ ନୂତନ ଯୁଗ ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image