ନୂଆଦିଲ୍ଲୀ,୫।୫: ଦେଶରେ ଜାରି ରହିଥିବା କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଥିବା ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାଶ ବୁଧବାର ଏକ ଗଣମାଧ୍ୟମ ସମ୍ମିଳିନୀରେ ସୂଚନା ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସୁବିଧା ପାଇଁ ୫୦ ହଜାର କୋଟିର ବିଶେଷ ଋଣ ସୁବିଧା ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭିଡ଼ିଓ କଓ୍ବୋଇସିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ରାଜ୍ୟଗୁଡ଼ିକୁ ପ୍ରଦାନ କରାଯାଉଥିବା ଓଭରଡ୍ରାଫ୍ଟ ସୁଯୋଗର ସମୟ ସୀମାକୁ ବୃଦ୍ଧି କରାଯାଇ ୩୬ ଦିନରୁ ୫୦ ଦିନ ହୋଇଛି ବୋଲି ଗଭର୍ନର ପ୍ରକାଶ କରିଛନ୍ତି।
Posted inକରୋନା ଭାଇରସ୍, ଜାତୀୟ, ବାଣିଜ୍ୟ