Categories: ଜାତୀୟ

ଆଉ ଗୋଟିଏ ବ୍ୟାଙ୍କ ଉପରେ ଲାଗିଲା ପ୍ରତିବନ୍ଧକ, ୬ ମାସ ପର୍ଯ୍ୟନ୍ତ ୧୦୦୦ରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ ଗ୍ରାହକ

ବେଙ୍ଗାଲୁରୁ,୨୦।୨: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) କର୍ନାଟକର ଡେକାନ ଅର୍ବାନ କେଅପରେଟିଭ୍‌ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ଫଳରେ ଏବେ ବ୍ୟାଙ୍କ ପକ୍ଷରୁ କୌଣସି ନୂଆ ଋଣ ଦିଆଯିବ ନାହିଁ। କେବଳ ନୁହେଁ, ନୂଆ ରାଶି ମଧ୍ୟ ଗ୍ରହଣ କରାଯିବ ନାହିଁ। ଏହି ସମବାୟ ବ୍ୟାଙ୍କର ଆଥିକ ଅବସ୍ଥା ଖରାପ ଥିବାରୁ ଆରବିଆଇ ଏଭଳି ନିଷ୍ପତ୍ତି ନେଇଛି। ଡେକାନ ଅର୍ବାନ କେଅପରେଟିଭ୍‌ ବ୍ୟାଙ୍କ ୨୦୨୧ ଫେବୃୟାରୀ ୧୯ରୁ ୬ ମାସ ପର୍ଯ୍ୟନ୍ତ କରୋବାର ୁପରେ ରୋକ ଲାଗିବ। ଆରବିଆଇ ସ୍ପଷ୍ଟ କରିଛି ଯେ,କରୋବାର ବନ୍ଦ ଅର୍ଥ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିବା ନୁହେଁ, ପ୍ରତିବନ୍ଧକ ସହ ବ୍ୟାଙ୍କ ସେବାଗୁଡିକ ସଂଚାଳନ କରିବ।

Share