ଆର୍‌ବିଆଇ ଆକଳନ ହେଲା ଭୁଲ୍‌: ଖୁଚୁରା ମୁଦ୍ରାସ୍ଫୀତି ୬.୨୧%

ମୁମ୍ବାଇ/ନୂଆଦିଲ୍ଲୀ,୧୩ା୧୧:ଦେଶରେ କିଛିବର୍ଷ ହେଲା ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ବଢ଼ିଚାଲିଥିବାବେଳେ ଏଥିରେ ଲଗାମ ଲଗାଇବା ପାଇଁ ମୁଦ୍ରାସ୍ଫୀତିକୁ ୨%ରୁ ୬% ମଧ୍ୟରେ ସୀମିତ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ କେନ୍ଦ୍ରୀୟ ବ୍ୟାଙ୍କର ଉଦ୍ୟମ ସତ୍ତ୍ୱେ ମୁଦ୍ରାସ୍ଫୀତି ବଢ଼ିଚାଲିଛି। ଗତ ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୯ ମାସର ସର୍ବୋଚ୍ଚ ସ୍ତର ୫.୪୯% ରହିଥିବାବେଳେ ଅକ୍ଟୋବରରେ ୫.୮୧% ରହିବା ଅନୁମାନ କରାଯାଇଥିଲା। ତେବେ ମୁଦ୍ରାସ୍ଫୀତି ଏହି ଅନୁମାନଠାରୁ ଆହୁୂରି ଉପରକୁ ଉଠି ୬.୨୧% ରହିଥିଲା। ସରକାରଙ୍କ ପକ୍ଷରୁ ମଙ୍ଗଳବାର ଜାରି ତଥ୍ୟ ଅନୁସାରେ ପରିବା ଦର ୫ ବର୍ଷର ରେକର୍ଡ ଭାଙ୍ଗି ୪୨.୪% ବୃଦ୍ଧି ପାଇଛି। ଅକ୍ଟୋବରରେ ଟମାଟୋ ଦର ୧୬୧.୩% ବଢ଼ିଥିଲା। ସେହିପରି ରସୁଣ ୮୨.୫%, ଆଳୁ ୬୪.୯% ଓ ପିଆଜ ୫୧.୮% ମହଙ୍ଗା ହୋଇଥିଲା। ଖାଇବା ତେଲ ଉପରେ ସରକାର ସୀମା ଶୁଳ୍କ ଲାଗୁ କରିବା ମଧ୍ୟ ମୁଦ୍ରାସ୍ଫୀତି ବଢ଼ିବାର ଅନ୍ୟତମ କାରଣ ବୋଲି କୁହାଯାଉଛି। ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି କେବଳ ଯେ ମଧ୍ୟମ ଆୟକାରୀ ପରିବାରଗୁଡ଼ିକର କ୍ରୟଶକ୍ତିକୁ ଦୁର୍ବଳ କରିଦେଇଛି ତାହା ନୁହେଁ, ଏହା ଏସିଆର ତୃତୀୟ ବୃହତ୍‌ ଅର୍ଥନୀତି ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। କାରଣ ମୁଦ୍ରାସ୍ଫୀତି ବଢ଼ିବା ଯୋଗୁ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ମଧ୍ୟ ପ୍ରଭାବିତ ହେବ। ୨୦୨୪-୨୫ରେ ଜିଡିପି ୭.୨% ରହିବା ନେଇ ଆର୍‌ବିଆଇ ପୂର୍ବରୁ ଭବିଷ୍ୟବାଣୀ କରିଥିଲା। ମୁଦ୍ରାସ୍ଫୀତିର ମାତ୍ରାଧିକ ବୃଦ୍ଧିକୁ ଦେଖି ବିଶେଷଜ୍ଞମାନେ ଜିଡିପି ହାର ଖସିବା ନେଇ ଅନୁମାନ କରିଛନ୍ତି। ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପ୍ରିନ୍ସିପାଲ ଇକୋନୋମିଷ୍ଟ ଶକ୍ତି ଗୁପ୍ତା କହିଛନ୍ତି, ଡିସେମ୍ବରରେ ହେବାକୁ ଥିବା ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକରେ ରେପୋ ରେଟ୍‌ ହ୍ରାସ ପାଇଁ ଆର୍‌ବିଆଇ ବିଚାର କରୁଥିବା ଆଜିର ମୁଦ୍ରାସ୍ଫୀତିକୁ ଦେଖିଲେ ଏଥିଲାଗି କବାଟ ବନ୍ଦ ହୋଇଯାଇଥିବା ମନେହେଉଛି। ଏଲାରା ସିକ୍ୟୁରିଟିଜ୍‌ର ଅର୍ଥନୀତିଜ୍ଞ ଗାରିମା କପୁର ମଧ୍ୟ ଆଗାମୀ ଏମ୍‌ପିସି ବୈଠକରେ ସୁଧହାର ହ୍ରାସ ପାଇ ନ ପାରେ ବୋଲି ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଅଧ୍ୟକ୍ଷ ଖାର୍ଗେଙ୍କୁ ଚିଠି ଲେଖିଲେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ନୂଆଦିଲ୍ଲୀ,୨୨।୧୧: ନିକଟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଣିପୁର ହିଂସା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲେଖିଥିବା ଚିଠିକୁ ନେଇ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ସକ୍ରିୟ ରାଜନୀତିକୁ ଫେରିବେ କି ସିଦ୍ଧୁ? ନିଜେ ଦେଲେ ଏହାର ଜବାବ

ଚଣ୍ଡିଗଡ଼,୨୨।୧୧: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପଞ୍ଜାବରେ ସକ୍ରିୟ ରାଜନୀତିକୁ ଫେରିବା କି ନା ଏମିତି ପ୍ରଶ୍ନର ସିଧାସଳଖ ଉତ୍ତରକୁ ଏଡ଼ାଇଥିବା ବେଳେ ଗୁରୁବାର...

ଜାନୁଆରୀ ୧ରୁ ବଦଳିଯିବ ଟେଲିକମର ଏହି ନିୟମ, Jio, Airtel, BSNL, Vi ଉପରେ ପଡ଼ିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୧: ସରକାର ଟେଲିକମ ନିୟମରେ ସମୟ ସମୟରେ ପରିବର୍ତ୍ତନ କରନ୍ତି। ଟେଲିକମ ଆକ୍ଟରେ କିଛି ନିୟମ ଯୋଡା ଯାଇଥିଲା, ଯାହାକୁ ସମସ୍ତ ରାଜ୍ୟ ମଧ୍ୟ ପାଳନ...

ପେନ୍‌ସନଧାରୀ ତୁରନ୍ତ କରି ନିଅନ୍ତୁ ଏହି କାମ: ନଚେତ୍‌ ବନ୍ଦ ହୋଇଯିବ ପେନସନ

ନୂଆଦିଲ୍ଲୀ,୨୨।୧୧: କେନ୍ଦ୍ର ସରକାରୀ ପେନସନଧାରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି। ଯଦି ଏ ଏପର୍ଯ୍ୟନ୍ତ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ କରିନାହାଁନ୍ତି, ତେବେ ଏହି...

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଚେତାବନୀ! IMDର ସତର୍କ ସୂଚନା ଜାରି

ନୂଆଦିଲ୍ଲୀ,୨୨।୧୧: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବଙ୍ଗୋପସାଗର ପାଇଁ ଏକ ନୂତନ ଘୂର୍ଣ୍ଣିବଳୟ ସତର୍କ ସୂଚନା ଜାରି କରିଛି। କୁହାଯାଇଛି ଯେ, ନଭେମ୍ବର ୨୩ ରେ,...

ଆଦାନୀଙ୍କୁ ତୁରନ୍ତ ଗିରଫ କର: ରାହୁଲ

ନୂଆଦିଲ୍ଲୀ,୨୨।୧୧: ବିଳିୟନେୟାର ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଲାଞ୍ଚ ଓ ଜାଲିଆତି ମାମଲାରେ ଆମେରିକାରେ ଗିରଫ ପରଓ୍ବାନା ଜାରି ହେବା ପରେ ଲୋକ ସଭାର ବିରୋଧୀ...

୨୦୨୧: ଓଡ଼ିଶା ସରକାରଙ୍କୁ ଲାଞ୍ଚ ଦେଇଥିଲେ ଆଦାନୀ

ନ୍ୟୁୟର୍କ/ନୂଆଦିଲ୍ଲୀ,୨୨ା୧୧(ରଏଟର୍ସ/ପି.ଟି.): ୨୦୨୧ରେ ଆଦାନୀ ଗ୍ରୁପ୍‌ ସ୍ଥାନୀୟସ୍ତରରେ ସୋଲାର ସେଲ୍‌ ଏବଂ ମୋଡ୍ୟୁଲାର ପ୍ଲାଣ୍ଟଗୁଡ଼ିକୁ ବ୍ୟବହାରକରି ଉତ୍ପାଦିତ ୮,୦୦୦ ମେଗାଓ୍ବାଟ୍‌ (୮ ଜିଡବ୍ଳ୍ୟୁ) ବିଦ୍ୟୁତ୍‌ ଶକ୍ତି ଭାରତର...

କାହାକୁ କଳାପତାକା ଦେଖାଇବା ବେଆଇନ ନୁହେଁ: ହାଇକୋର୍ଟ

ଥିରୁଭାନନ୍ତପୁରମ୍‌,୨୧ା୧୧:କାହାକୁ କଳାପତାକା ଦେଖାଇବା ବେଆଇନ କାର୍ଯ୍ୟ ନୁହେଁ ଏବଂ ଏହାକୁ ମାନହାନି କୁହାଯାଇପାରିବ ନାହିଁ ବୋଲି କେରଳ ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri