Paytm: ପେଟିଏମ୍‌ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏବେ ମାର୍ଚ୍ଚ ୧୫ ଯାଏ କରିପାରିବେ ନେଣଦେଣ, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୨: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କରେ ଡିପୋଜିଟ୍‌ ଏବଂ ଅନ୍ୟ ନେଣଦେଣର ସମୟସୀମାକୁ ମାର୍ଚ୍ଚ ୧୫ ଯାଏ ବୃଦ୍ଧି କରିଛି। ଶୁକ୍ରବାର ଆର୍‌ବିଆଇ ପକ୍ଷରୁ ଏନେଇ ଏକ ସର୍କୁଲାର ଜାରି କରାଯାଇଛି। ପୂର୍ବରୁ ଜାନୁଆରୀ ୩୧ ରେ ଜାରି କରାଯାଇଥିବା ସର୍କୁଲାରରେ ଆର୍‌ବିଆଇ କହିଥିଲା ଯେ ଫେବୃଆରୀ ୨୯ ପରେ ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଇପାରିବ ନାହିଁ।

କହିରଖୁଛୁ, ଭାରତୀୟ ଫିନଟେକ୍‌ କମ୍ପାନୀ ପେଟିଏମ୍‌ ଏବେ କଷ୍ଟକର ସମୟ ଦେଇ ଗତି କରୁଛି। ଏହାପୂର୍ବରୁ ଆର୍‌ବିଆଇ ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ଲିମିଟେଡ୍‌କୁ କୌଣସି ବି ଗ୍ରାହକ ଆକାଉଣ୍ଟ, ପ୍ରିପେଡ୍‌ ସାଧନ, ଓ୍ବାଲେଟ୍‌ ଏବଂ ଫାଷ୍ଟଟ୍ୟାଗ୍‌ରେ ଫେବୃଆରୀ ୨୯ ପରେ ଜମା ନଚେତ ଟପ୍‌ ଅପ୍‌ ସ୍ବିକାର ନ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହାଛଡ଼ା ମାର୍ଚ୍ଚ ୧୧,୨୦୨୨ରେ ପିପିବିଏଲ୍‌କୁ ତତ୍କାଳ ପ୍ରଭାବ ସହ ନୂଆ ଗ୍ରାହକଙ୍କୁ ଯୋଡ଼ିବାକୁ ରୋକିଥିଲା।

Share