୨୦୦୦ ଟଙ୍କିଆ ନୋଟ୍‌ ବଦଳାଇବା ସମୟସୀମା ବଢ଼ାଇଲା ଆର୍‌ବିଆଇ, ଜାଣନ୍ତୁ କେବେ ଯାଏ…

ନୂଆଦିଲ୍ଲୀ,୩୦।୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ୨୦୦୦ ଟଙ୍କିଆ ନୋଟ୍‌ ବଦଳାଇବା ଏବଂ ବ୍ୟାଙ୍କରେ ଜମା କରିବାର ସମୟସୀମାକୁ ବୃଦ୍ଧି କରିଛି। ପୂର୍ବ ଘୋଷଣା ମୁତାବକ ୨୦୨୩ ସେପ୍ଟେମ୍ବର ୩୦ ଏହାର ଶେଷ ତାରିଖ ଥିବା ବେଳେ ଏବେ ଏହାକୁ ୨୦୨୩ ଅକ୍ଟୋବର ୭ ଯାଏ ବଢ଼ାଇ ଦିଆଯାଇଛି। ଏହାଛଡ଼ା ଅକ୍ଟୋବର ୭ ପରେ ମଧ୍ୟ ୨୦୦୦ ଟଙ୍କିଆ ନୋଟ୍‌ ବୈଧ ରହିବ ବୋଲି ବ୍ୟାଙ୍କ କହିଛି। ତେବେ ଏହି ନୋଟ୍‌କୁ ବ୍ୟାଙ୍କରେ ଜମା କରାଯାଇପାରିବ ନାହିଁ କିମ୍ବା ବଦଳାଯାଇ ପାରିବ ନାହିଁ। ଗ୍ରାହକ କେବଳ ୨୦,୦୦୦ ଟଙ୍କା ସୀମା ପର୍ଯ୍ୟନ୍ତ ନୋଟ୍‌କୁ ଆର୍‌ବିଆଇର ଇସ୍ୟୁ କାର୍ଯ୍ୟାଳୟଗୁଡ଼ିକରେ ବଦଳାଇ ଅନ୍ୟ ମୂଲ୍ୟର ନୋଟ୍‌ ଆଣିପାରିବେ। ଏଯାବତ ୯୬% ନୋଟ୍‌ ଫେରିଥିବା ବେଳେ ବାକି ନୋଟ୍‌ ସମୟସୀମା ମଧ୍ୟରେ ଫେରିପାରେ ବୋଲି ବ୍ୟାଙ୍କ କହିଛି।

Share