Categories: ବାଣିଜ୍ୟ

RBIର ଚିନ୍ତା ବଢ଼ାଇଲା ମହଙ୍ଗା ମାଡ଼, ଗଭର୍ନର କହିଲେ ଆଗକୁ…

ନୂଆଦିଲ୍ଲୀ, ୧୯।୬: ଦେଶରେ ଆଳୁ, ପିଆଜ, ଟମାଟୋ ଭଳି ପରିବା ଠାରୁ ଆରମ୍ଭ କରି ଡାଲି, ତେଲ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇଛି । ଯାହାକି ଜଣେ ସାଧାରଣ ଲୋକର ରୋଜଗାର ଉପରେ ପ୍ରଭାବ ପକାଉଛି । ଏହି ଦର ବୃଦ୍ଧିକୁ ନେଇ RBIର ଚିନ୍ତା ବଢ଼ିଛି । RBIର ଗଭର୍ନର ଏନେଇ କହିଛନ୍ତି ଯେ, ଖାଦ୍ୟ-ପାନୀୟ ଦାମ୍‌ରେ ବୃଦ୍ଧି ହେତୁ ମହଙ୍ଗାମାଡ଼କୁ କମ୍‌ କରିବା ପାଇଁ କରାଯାଉଥିବା ପ୍ରୟାସ ବିଫଳ ହେଉଛି।

ଏକ ମିଡିଆ ସମ୍ମିଳନୀରେ ଯୋଗ ଦେଇ ଗଭର୍ନର ଶକ୍ତିକାନ୍ତ ଦାସ ଖାଦ୍ୟ ଜନିତ ଦର ବୃଦ୍ଧି ମହଙ୍ଗାମାଡ଼କୁ ଅଧିକ କରୁଛି ବୋଲି କହିଛନ୍ତି । ଏକ ପ୍ରକାର ଏହା ଲଗାତାର ବଢ଼ି ବଢ଼ି ଚାଲିଛି । ମୌସୁମୀ ପ୍ରଭାବରୁ ଖାଦ୍ୟ-ପାନୀୟ ଯୋଗାଣରେ ବାଧାପ୍ରାପ୍ତ ଏହାର ପ୍ରମୁଖ କାରଣ ବୋଲି ସେ କହିଛନ୍ତି । ଆଗକୁ ଏହି ଦରଦାମ୍‌ ବୃଦ୍ଧି ଲାଗି ରହିବା ନେଇ ଆର୍‌ବିଆଇ ଅନିଶ୍ଚତ ରହିଛି । ଗତ ୭ ମାସ ମଧ୍ୟରେ ଖାଦ୍ୟ କ୍ଷେତ୍ରରେ ମହଙ୍ଗାମାଡ଼ ୮ ପ୍ରତିଶତ ଉପରେ ରହିଛି । ଏହାରି ମଧ୍ୟରେ ଦେଶର ରିଟେଲ୍‌ ମହଙ୍ଗା ଦର ୩ରୁ ୫ ପ୍ରତିଶତ ରହିଛି ।

୨୦୨୪ ରେ ଖାଦ୍ୟ ଦାମ୍‌ର ଇଣ୍ଡେକ୍ସ ଖାଦ୍ୟ ଇନ୍‌ଫ୍ଲାକ୍ସନ ୮.୬୯ ପ୍ରତିଶତ ରହିଛି । ଏପ୍ରିଲ୍‌ ମାସରେ ଏହା ୮.୭୦ ପ୍ରତିଶତ ଥିବା ବେଳେ ମାର୍ଚ୍ଚ ମାସରେ ୮.୫୨ ପ୍ରତିଶତ, ଫେବୃଆରୀରେ ୮.୬୬ ପ୍ରତିଶତ ଏବଂ ଜାନୁଆରୀ ମାସରେ ୮.୩୦ ପ୍ରତିଶତ ରହିଥିଲା । ଡିସେମ଼୍ବର ୨୦୨୩ ରେ ଫୁଡ୍‌ ଇନ୍‌ଫ୍ଲାସନ ୯.୫୩ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା ।

Share