ନୂଆଦିଲ୍ଲୀ,୨୫।୧୦: ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(ଆର୍ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ନିଜେ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ହୋଇଥିଲେ ମଧ୍ୟ ସେ ହୋମ ଆଇସୋଲେସନରେ ରହି ନିଜ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି। ଯେଉଁମାନେ ନିକଟ ଅତୀତରେ ତାଙ୍କ ସହ ଯୋଗାଯୋଗ ଆସିଥିଲେ ସେମାନେ ସତର୍କ ରୁହନ୍ତୁ। ଆଇସୋଲେସନରେ ରହି ମଧ୍ୟ କାର୍ଯ୍ୟ ସୁରୁଖୁରୁରେ ଚାଲିବା ପାଇଁ ସେ ଆହ୍ବାନ ଦେଇଛନ୍ତି। ଭିସି ଏବଂ ଟେଲିଫୋନ ମାଧ୍ୟମରେ ସେ ଆରବିଆଇର କର୍ମଚାରୀଙ୍କ ସହ ଯୋଗାଯୋଗରେ ରହିବେ ବୋଲି ସେ କହିଛନ୍ତି।
I have tested COVID-19 positive. Asymptomatic.Feeling very much alright.Have alerted those who came in contact in recent days.Will continue to work from isolation. Work in RBI will go on normally. I am in touch with all Dy. Govs and other officers through VC and telephone.
— Shaktikanta Das (@DasShaktikanta) October 25, 2020