୨ହଜାର ଟଙ୍କା ବଦଳାଇବା ପାଇଁ ବଢାଯିବନି ସମୟ ସୀମା:ଆରବିଆଇ

ନୂଆଦିଲ୍ଲୀ,୩୦।୯: ୨ହଜାର ବଦଳାଇବା ନେଇ ବଡ ଖବର ଆସିଛି। ନୋଟ ବଦଳାଇବା ସମୟସୀମା ଉପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପ୍ରତିକ୍ରିୟା ଦେଇଛି। ଆରବିଆଇ କହିଛି, ୨ହଜାର ଟଙ୍କା ନୋଟ ବଦଳାଇବାର ଶେଷ ତାରିଖ ୩୦ ସେପ୍ଟେମ୍ବର ଅର୍ଥାତ୍‌ ଆଜି ଶେଷ ହେଉଛି। ଏହି ସମୟ ସୀମାକୁ ଆଉ ବଢାଯିବ ନାହିଁ। ସପ୍ଟେମ୍ବର ୩୦ପରେ ଲୋକମାନେ ନୋଟ ବଦଳାଇବା ପାଇଁ ଅଧିକ ସମୟ ପାଇବେ ନାହିଁ। ଆଜି ପରଠୁ ଏହା କାରବାରରେ ବ୍ୟବହାର ହେବ ନାହିଁ ବୋଲି ଆରବିଆଇ ସ୍ପଷ୍ଟ କରିଛି।

ସୂଚନାଯୋଗ୍ୟ, ଆରବିଆଇ ଚଳିତ ବର୍ଷ ମେ ୧୯ରେ ୨ହଜାର ଟଙ୍କା ବଦଳାଇବା ପାଇଁ ଘୋଷଣା କରିଥିଲା। ଏଥିପାଇଁ ଲୋକଙ୍କୁ ୪ ମାସ ସମୟ ଦେଇଥିଲା। ଯାହାଫଳରେ ଲୋକମାନେ ବ୍ୟାଙ୍କକୁ ଯାଇ ଏହି ନୋଟ ବଦଳାଇ ପାରିବେ।

Share