Categories: ଜାତୀୟ

ଆରବିଆଇ କାର୍ଯ୍ୟାଳୟ ବମ୍ ପକାଇ ଉଡାଇ ଦେବାକୁ ଧମକ, ଗଭର୍ନର ଶକ୍ତିକାନ୍ତ ଦାସ-ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି

ମୁମ୍ବାଇ,୨୬।୧୨ : ମୁମ୍ବାଇରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) କାର୍ଯ୍ୟାଳୟକୁ ବୋମାମାଡ଼ କରି ଉଡାଇ ଦେବାକୁ ଇ-ମେଲରେ ଧମକ ମିଳିଛି। ଏଥିରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରାଯାଇଛି।

ଏହି ମାମଲାରେ ମୁମ୍ବାଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଆରବିଆଇ ବ୍ୟତୀତ ଏଚଡ଼ିଏଫସି, ଆଇସିଆଇସିଆଇ ଏବଂ ମୁମ୍ବାଇର ମୋଟ ୧୧ଟି ସ୍ଥାନରେ ବୋମା ବିସ୍ଫୋରଣ ପାଇଁ ଧମକ ମିଳିଥିଲା ବେଳେ ପୋଲିସ ସମ୍ପୃକ୍ତ ସ୍ଥାନ ମାନଙ୍କୁ ଯାଇ ତଦନ୍ତ ଆରମ୍ଭ କରିଛି।

 

Share