Categories: ବାଣିଜ୍ୟ

କ୍ରମାଗତ ଅଷ୍ଟମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

ମୁମ୍ବାଇ,୭।୬: ପୁଣିଥରେ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌‌ ଅପରିବର୍ତ୍ତିତ ରଖିଛନ୍ତି । ଶୁକ୍ରବାର ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ପରେ ରେପୋ ରେଟ୍‌‌ ପୂର୍ବ ଭଳି ୬ ଦଶମିକ ୫ ପ୍ରତିଶତ ରଖାଯାଇଛି । କ୍ରମାଗତ ଭାବେ ଅଷ୍ଟମଥର ଲାଗି ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌‌ ରେ କୌଣସି ପରିବର୍ତ୍ତନ କରିନାହାନ୍ତି । ଏହାଛଡ଼ା ସ୍ଥାୟୀ ଜମା ସୁବିଧା ଦର ୬ ଦଶମିକ ୨/୫ ପ୍ରତିଶତ ଏବଂ ଋଣ ସୁବିଧା ଦର ତଥା ବ୍ୟାଙ୍କ ଦର ୧୦ ଦଶମିକ ୭/୫ ପ୍ରତିଶତ ରଖାଯାଇଛି ।

ମୁଦ୍ରାନୀତି ସମୀକ୍ଷା କରୁଥିବା କମିଟି ଚଳିତଥର ଦୁଇଜଣ ବଦଳରେ ୪ଜଣଙ୍କ ମତରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । କମିଟି ପକ୍ଷରୁ ଆର୍ଥିକ ବିକାଶକୁ ଗତିଶୀଳ କରିବା ଏବଂ ମୁଦ୍ରାସ୍ଫୀତିକୁ ସୀମିତ ରଖିବା ଉପରେ ଜୋର୍‌‌ ଦେଇଛି । ଏହି ବୈଠକ ଜୁନ୍‌‌ ୫ରୁ ଆରମ୍ଭ ହୋଇଥିଲା । ବୈଠକ ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ମୁଦ୍ରାସ୍ଫୀତି ଏବଂ ଆର୍ଥିକ ବୃଦ୍ଧି ମଧ୍ୟରେ ସନ୍ତୁଳନ ଅନୁକୂଳ ରହିଛି ।

ସେ କହିଛନ୍ତି ମୁଦ୍ରାନୀତି ଅନୁଯାୟୀ ମୁଦ୍ରାସ୍ଫୀତି ୪ ପ୍ରତିଶତ ମଧ୍ୟରେ ରଖାଯାଇଛି । ଆସନ୍ତା ମୌସୁମୀ ଋତୁରେ ଖାଦ୍ୟ ମୁଦ୍ରାସ୍ଫୀତି ଉପରେ କମିଟି ନଜର ରଖିଥିବା ସେ କହିଛନ୍ତି । ଚଳିତ ଆର୍ଥିକବର୍ଷ ପାଇଁ ବିକାଶ ଦର ୭ ପ୍ରତିଶତରୁ ୭ ଦଶମିକ ୨ ପ୍ରତିଶତ କରାଯାଇଥିବା ସେ କହିଛନ୍ତି ।

Share