Categories: ଜାତୀୟ

ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୫।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ମୁଦ୍ରା ନୀତି କମିଟି ବୈଠକ ଶୁକ୍ରବାର ଶେଷ ହୋଇଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ଖବରଦାତା ସମ୍ମିଳନୀ କରି କମିଟି ନେଇଥିବା ନିଷ୍ପତ୍ତି ଘୋଷଣା କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ କ୍ରେଡିଡ ପଲିସି ଘୋଷଣା କରିଛି। ଏଥିରେ ସୁଧହାର ପୂର୍ବଭଳି ଅପରିବର୍ତିତ ରହିଛି। ରେପୋ ରେଟ ୪ ପ୍ରତିଶତ ରହିଥିବାବେଳେ ରିଭର୍ସ ରେପୋ ରେଟ ୩ .୩୫ ପ୍ରତିଶତ ରହିଛି। ସେହିଭଳି ୨୦୨୧-୨୦୨୨ରେ ଜିଡିପି ୧୦.୫% ରହିବା ଅନୁମାନ କରାଯାଉଛି। କରୋନା ମହାମାରୀ ଦ୍ୱାରା ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା କରାଯାଇଥିବା ଘୋଷଣା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସାଧାରଣ ବଜେଟ ୨୦୨୧-୨୨ର ଉପସ୍ଥାପନା ପରେ ଏହା ଏମ୍‌ପିସିର ପ୍ରଥମ ସମୀକ୍ଷା ବୈଠକ। ଗତ ତିନୋଟି ମୁଦ୍ରା ସମୀକ୍ଷା ବୈଠକରେ ଏମ୍‌ପିସି ସୁଧ ହାରରେ ପରିବର୍ତ୍ତନ ହୋଇ ନ ଥିଲା। ରିଜର୍ଭ ବ୍ୟାଙ୍କ ଗତ ୨୦୨୦ ମେ ୨୨ରେ ନୀତି ହାରକୁ ସଂଶୋଧନ କରିଥିଲା।

 

 

Share