Categories: ବାଣିଜ୍ୟ

ଇଣ୍ଡେଲମନିକୁ ଆର୍‌ବିଆଇ ଲାଇସେନ୍ସ

ଭୁବନେଶ୍ୱର, ୫।୧୦: ଦେଶର ପ୍ରମୁଖ ନନ୍‌-ବ୍ୟାଙ୍କିଙ୍ଗ୍‌ ଫାଇନାନ୍ସ କମ୍ପାନୀ (ଏନ୍‌ବିଏଫ୍‌ସି) ତଥା ଇଣ୍ଡେଲ କର୍ପୋରେଶନର ଅଗ୍ରଣୀ ସଂସ୍ଥା ଇଣ୍ଡେଲ୍‌ମନିକୁ ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଅଧିକୃତ ଡିଲର ବର୍ଗ-୨ ଲାଇସେନ୍ସ ଦିଆଯାଇଛି। ବିଶେଷକରି ବିଦେଶୀ ମୁଦ୍ରା ବ୍ୟାଙ୍କ ନୋଟ୍‌ ବଦଳାଇବା, ଟ୍ରାଭେଲ୍‌ ମନି କାର୍ଡ ବଦଳାଇବା ଏବଂ ଲାଇସେନ୍ସ ପରିସରଭୁକ୍ତ ବ୍ୟବସ୍ଥାରେ ବିଦେଶକୁ ଅର୍ଥ ପ୍ରେରଣ ଭଳି ବିଦେଶୀ ମୁଦ୍ରା ବ୍ୟବସାୟ ଆରମ୍ଭ କରିବା ଲାଗି ଇଣ୍ଡେଲମନିକୁ ଉକ୍ତ ପ୍ରମାଣନପତ୍ର (ଲାଇସେନ୍ସ) ଆର୍‌ବିଆଇ ପକ୍ଷରୁ ପ୍ରଦାନ କରାଯାଇଛି।

ଏ ସମ୍ପର୍କରେ ଇଣ୍ଡେଲମନିର ଇଡି ଏବଂ ସିଇଓ ଉମେଶ ମୋହନ କହିଛନ୍ତି, କମ୍ପାନୀ ବିଦେଶୀ ମୁଦ୍ରା ବ୍ୟବସାୟ ପାଇଁ ଆର୍‌ବିଆଇଠାରୁ ସମ୍ମାନଜନକ ଅଧିକୃତ ଡିଲର ବର୍ଗ-୨ ଲାଇସେନ୍ସ ପାଇଛି। ଏଭଳି ଲାଇସେନ୍ସ ପାଇବାରେ ଆମେ ଦେଶର ୨ୟ ଅଣ ଜମା ଗ୍ରହଣକାରୀ ଏନ୍‌ବିଏଫ୍‌ସି ହୋଇଥିବାରୁ କମ୍ପାନୀ ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ବିଶେଷକରି କୋଭିଡ୍‌ ପରବର୍ତ୍ତୀ ସମୟରେ କ୍ରମାଗତ ଭାବେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରୁଥିବା ବୈଦେଶିକ ମୁଦ୍ରା ସେବା କ୍ଷେତ୍ରରେ ଅନ୍ବେଷଣ କରିବା ପାଇଁ ଏହା ଆମକୁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି।

Share