ମୁମ୍ବାଇ: ନିକଟରେ ଘୋଷଣା କରାଯାଇଥିବା ପଦକ୍ଷେପ ସବୁକୁ ବ୍ୟାଙ୍କଗୁଡିକ ଶୀଘ୍ର କାର୍ଯ୍ୟକାରୀ କରାଇବାକୁ ଆର୍ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ବୁଧବାର କହିଛନ୍ତି। ସେହିଭଳି ବ୍ୟାଙ୍କଗୁଡ଼ିକର ବାଲାନ୍ସ ଶିଟ୍ରେ ରହିଥିବା ସମସ୍ୟାକୁ ମଧ୍ୟ ନଜର ରଖିବାକୁ ସେ ପରାମର୍ଶ ଦେଇଥିବା ଜଣାପଡିଛି। ଶକ୍ତିକାନ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଏମ୍ଡି ଏବଂ ସିଇଓଙ୍କ ସହ ଭର୍ଚୁଆଲ ମୋଡ୍ରେ ଅନୁଷ୍ଠିତ ଏକ ଜରୁରିକାଳୀନ ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।
ମହାମାରୀ ଯୋଗୁ ବର୍ତ୍ତମାନ ଏକ ଚ୍ୟାଲେଞ୍ଜିଂ ସ୍ଥିତି ଉପୁଜିଛି। ଏଭଳି ସ୍ଥିତିରେ ବ୍ୟାଙ୍କଗୁଡିକ ଯୋଗାଇ ଦେଉଥିବା ବିଭିନ୍ନ ସୁବିଧା ଉପରେ ସେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।