Categories: ଜାତୀୟ

ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୯।୧୦: : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଶୁକ୍ରବାର ଏହାର ଦ୍ବି-ମାସିକ ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ ଓ ରିଭର୍ସ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି। ଏନେଇ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ଅକ୍ଟୋବର ୯ରେ ଶେଷ ହୋଇଥିବା ଦ୍ୱି-ମାସିକ ମୁଦ୍ରା ନୀତି ହାର ସମୀକ୍ଷା ବୈଠକର ନିଷ୍ପତ୍ତି ଘୋଷଣା କରି ଆରବିଆଇ କହିଛି ଯେ ରେପୋ ରେଟ ହାର ୪ ପ୍ରତିଶତ ଓ ରିଭର୍ସ ରେପୋ ହାର ୩.୩୫ ପ୍ରତିଶତରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ତିନି ଦିନିଆ ଆରବିଆଇ ମୁଦ୍ରା ନୀତି କମିଟି (ଏମପିସି) ବୈଠକ ଅକ୍ଟୋବର ୭ରୁ ଅକ୍ଟୋବର ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହାସହ ଘର ଏବଂ ଅଟୋମୋବାଇଲ ଋଣର ସୁଧହାର ଅପରିବର୍ତ୍ତିତ ରହିଥିବାରୁ ଏହାର ଇଏମଆଇ ହ୍ରାସ ହେବାର ସମ୍ଭାବନା ନ ଥିବା ଜଣାପଡିଛି। ଚଳିତ ଆର୍ଥିକ ବର୍ଷରେ ଅର୍ଥବ୍ୟବସ୍ଥା ୯.୫ ପ୍ରତିଶତ କମ୍‌ ହେବାର ଆଶଙ୍କା ଥିବା ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି।

Share