Categories: ବାଣିଜ୍ୟ

ଆରବିଆଇ କଟକଣା: ୩୦୦-୫୦୦ କୋଟି କ୍ଷତି ସହିବ ପେଟିଏମ୍

ନୂଆଦିଲ୍ଲୀ,୧ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) କଟକଣା ଲଗାଇବା ପରେ ବଡ଼ କ୍ଷତିର ସମ୍ମୁଖୀନ ହେବାକୁ ଯାଉଛି ପେଟିଏମ୍ ପେମେଣ୍ଟ ବ୍ୟାଙ୍କ। ଆରବିଆଇର ଏହି ନିର୍ଦ୍ଦେଶ ଅନୁଯାୟୀ ଫେବୃଆରୀ ୨୯ ତାରିଖ ପରେ କମ୍ପାନୀର ପ୍ରାୟ ସମସ୍ତ ସେବା ବନ୍ଦ ହୋଇଯିବ, ଯାହା ଫଳରେ ପେଟିଏମ୍ ବାର୍ଷିକ ୩୦୦ରୁ ୫୦୦ କୋଟି ଟଙ୍କାର କ୍ଷତି ସହିବ।

ବୁଧବାର ଆରବିଆଇ ପେଟିଏମ୍ ପେମେଣ୍ଟ ବ୍ୟାଙ୍କରେ ନୂତନ ଗ୍ରାହକ ଯୋଡିବା ଉପରେ ପ୍ରତିବନ୍ଧକ ଲଗାଇବା ବ୍ୟତୀତ ନିର୍ଦ୍ଦେଶ ଜାରି କରିଛି ଯେ, ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ୨୯ ଫେବୃଆରୀ ୨୦୨୪ ପରେ କୌଣସି ଗ୍ରାହକ ଆକାଉଣ୍ଟ, ୱାଲେଟ୍ ଏବଂ ଫାଷ୍ଟାଗରେ ଜମା / ଟପ୍ ଅପ୍ କରିବାକୁ ଅନୁମତି ଦିଆଯିବ ନାହିଁ। କମ୍ପାନୀ କେବଳ ଏବେ ଅନ୍ୟ ବ୍ୟାଙ୍କ ମାନଙ୍କ ପାଇଁ କାର୍ଯ୍ୟ କରିବ, କିନ୍ତୁ ନିଜର ବ୍ୟାଙ୍କ ପାଇଁ କିଛି କରିପାରିବ ନାହିଁ।

ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍ (ପିପିବିଏଲ୍) ବିରୋଧରେ କାର୍ଯ୍ୟାନୁଷ୍ଠାନ ଏକ ବିସ୍ତୃତ ସିଷ୍ଟମ୍ ଅଡିଟ୍ ରିପୋର୍ଟ ଏବଂ ବାହ୍ୟ ଅଡିଟରଙ୍କ ପରବର୍ତ୍ତୀ ଅନୁପାଳନ ବୈଧତା ରିପୋର୍ଟ ଅନୁସରଣ କରି ନିଆଯାଇଛି।

ଅନ୍ୟପଟେ ଆରବିଆଇର କାର୍ଯ୍ୟାନୁଷ୍ଠାନ ପରେ ଗୁରୁବାର ଶେୟାର ବଜାର ଖୋଲିବା ମାତ୍ରେ ପେଟିଏମ୍ ର ଶେୟାର ୨୦ ପ୍ରତିଶତ ହ୍ରାସ ପାଇଁ ଲୋୟର ସର୍କିଟ ଲାଗିଥିଲା।

 

 

Share