ବଢିଲା ରେପୋ ରେଟ୍‌: ଋଣ ନେବା ହେବ ମହଙ୍ଗା

ନୂଆଦିଲ୍ଲୀ,୩୦।୯: କ୍ରମାଗତ ଚତୁର୍ଥ ଥର ପାଇଁ ରେପୋ ରେଟ୍‌ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ରିର୍ଜଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆରବିଆଇ)। ରେପୋ ରେପୋ ରେଟ୍‌ ୫୦ ଆଧାର ପଏଣ୍ଟକୁ ବୃଦ୍ଧି ପାଇ ୫.୪୦ ପ୍ରତିଶତରୁ ୫.୯୦ ପ୍ରତିଶତକୁ ବୃଦ୍ଧି ପାଇଛି। ଆରବିଆଇ ମୁଦ୍ରା ନୀତି ବୈଠକ ପରେ ଗଭର୍ନର ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଛନ୍ତି।
ଆରବିଆଇର ଏହି ନିଷ୍ପତ୍ତି ପରେ, ଘର ଋଣ ଠାରୁ ଆରମ୍ଭ କରି କାର ଋଣ ଏବଂ ଶିକ୍ଷା ଋଣ ପର୍ଯ୍ୟନ୍ତ ମହଙ୍ଗା ହେବା ନିଶ୍ଚିତ। ଅନ୍ୟପକ୍ଷରେ, ଯେଉଁମାନେ ପୂର୍ବରୁ ଘର ଋଣ ନେଇଛନ୍ତି, ସେମାନଙ୍କର ଇଏମ୍‌ଆଇ ଅଧିକ ମହଙ୍ଗା ହେବ।

Share