ନୂଆଦିଲ୍ଲୀ,୩୦ା୫: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟକୁ ନେଇ ବର୍ତ୍ତମାନ ସାରା ଦେଶରେ ରାଜନୀତି ସରଗରମ ହୋଇଛି। ବିଶେଷ କରି ୨୦୨୧-୨୨ ଆର୍ଥିକ ବର୍ଷରେ ଜାଲ୍ ନୋଟ୍ ସଂଖ୍ୟା ବୃଦ୍ଧି ପାଇଥିବା କଥା ଆରବିଆଇର ଏକ ରିପୋର୍ଟରୁ ଜଣାପଡ଼ିବା ପରେ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କ ବିମୁଦ୍ରାୟନ ପଦକ୍ଷେପକୁ ତୀବ୍ର ସମାଲୋଚନା କରିଛନ୍ତି। ଆରବିଆଇର ସଦ୍ୟତମ ରିପୋର୍ଟ ଅନୁସାରେ ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ୧୦୧.୯% ଅଧିକ ଜାଲ୍ ୫୦୦ ଟଙ୍କିଆ ନୋଟ୍ ଏବଂ ୫୪.୧୬% ଅଧିକ ଜାଲ୍ ୨୦୦୦ଟଙ୍କିଆ ନୋଟ୍ ଚିହ୍ନଟ ହୋଇଛି।
କଳାଟଙ୍କା ବାହାର କରିବା ଛଡ଼ା ଜାଲ୍ ନୋଟର ମୂଳୋତ୍ପାଟନ କରିବାକୁ ୨୦୧୬ରେ ଘୋଷିତ ବିମୁଦ୍ରାୟନ ଅନ୍ୟ ଏକ କାରଣ ବୋଲି କେନ୍ଦ୍ର ସରକାର କହିଥିଲେ।