ଦେଶର ୩ବଡ ବ୍ୟାଙ୍କ ଉପରେ ୧୦କୋଟି ଟଙ୍କାର ଜରିମାନା ଲଗାଇଲା ଆରବିଆଇ

ନୂଆଦିଲ୍ଲୀ,୨୫।୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଦେଶର ୩ବଡ ବ୍ୟାଙ୍କ ଉପରେ ନେଇଛି ବଡ କାର୍ଯ୍ୟାନୁଷ୍ଠାନ। ରେଗୁଲେଟୋରୀ ନିୟମର ଉଲ୍ଲଘଂନ ନେଇ ବ୍ୟାଙ୍କଗୁଡିକ ଉପରେ ଜରିମାନା ଲଗାଇଛି ଆରବିଆଇ।

ସୂଚନାଯୋଗ୍ୟ, ସିଟି ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା ଏବଂ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଉପରେ ସମୁଦାୟ ୧୦.୩୪ କୋଟି ଟଙ୍କାର ଜରିମାନା ଲଗାଯାଇଛି। ରିଜର୍ଭ ବ୍ୟାଙ୍କ ଅନୁଯାୟୀ, ରେଗୁଲେଟୋରୀ ନିୟମର ଉଲ୍ଲଘଂନ ପାଇଁ ଏହି ଜରିମାନା ଲଗାଯାଇଛି। ତେବେ ସିଟିବ୍ୟାଙ୍କ ଉପରେ ସବୁଠାରୁ ଅଧିକ ପାଞ୍ଚ କୋଟି ଟଙ୍କାର ଜରିମାନା ଲଗାଯାଇଛି।

Share