ବନ୍ଦ ହୋଇଯିବ ଇଏମାଇ-ପେ ଲାଟର ଫିଚର୍ସ, ନିୟମ କଡାକଡି କଲା ଆରବିଆଇ

ନୂଆଦିଲ୍ଲୀ,୧୮।୧୧: ଅନଲାଇନରେ ଆପଣ କିଛି ଜିନିଷ କିଣୁଥିବାବେଳେ କେବେ କ୍ୟାସ ଅନ ଡେଲିଭେରି କିମ୍ବା ଅନଲାଇନ ପେମେଣ୍ଟକୁ ବ୍ୟବହାର କରିଥାନ୍ତି। ଏଥିସହ ଆପଣ ନୋ କଷ୍ଟ ଇଏମାଇ ଓ ବାଏ ନାଓ ପେ ଲାଟର ଅପ୍ସନକୁ ମଧ୍ୟ ଖୁବ୍‌ ବ୍ୟବହାର କରିଥାନ୍ତି। ନୋ କଷ୍ଟ ଇଏମାଇ ଓ ବାଏ ନାଓ ପେ ଲାଟର ଅପ୍ସନ ଦ୍ୱାରା ଆଇଫୋନ ୟୁଜର୍ସ ହୁଅନ୍ତୁ ଅବା ଆଣ୍ଡ୍ରଏଡ ୟୁଜର୍ସ ସମସ୍ତେ ଶପିଂ କରିବା ସମୟରେ ଖୁବ୍‌ ଫାଇଦା ଉଠାନ୍ତି। ଏହି ଦୁଇଟି ଅପ୍ସନ ଦ୍ୱାରା ଆଣ ଜିନିଷ କିଣିବା ପରେ କୌଣସି ବଡ ରକମକୁ ମାସିକିଆ ହିସାବରେ ପେମେଣ୍ଟ କରିଥାନ୍ତି।
ଏହାରି ଭିତରେ ସୂଚନା ମିଳିଛି କି, ଏହି ଦୁଇଟି ଫିଚର୍ସ ଖୁବ୍‌ ଶୀଘ୍ର ବନ୍ଦ ହୋଇଯାଇପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏହିଭଳି ସ୍ମଲ ପର୍ସନାଲ ଲୋନ ଓ କ୍ରେଡିଟ କାର୍ଡ ବ୍ୟବହାରକୁ ନେଇ କିଛି ବଡ ପଦକ୍ଷେପ ନେବାକୁ ଯାଉଛି। ଏଥିସହ ଏହାକୁ ନେଇ ଜଡିତ ବ୍ୟାଙ୍କର କିଛି ନିୟମ କଡାକଡି ହେବାକୁ ଯାଉଛି।
ଆରବିଆଇ ସବୁ ବ୍ୟାଙ୍କକୁ ଏପରି ଫିର୍ଚସ ବ୍ୟବସାୟ ପାଇଁ ବିପଦ ବୋଲି ସତର୍କ କରାଇଛି। ଏହି ଛୋଟ ଛୋଟ ଲୋନ ଫିଚର୍ସ ଏନପିଏରେ ପରିବର୍ତ୍ତନ ନ ହେଉ ଏଥିପାଇଁ ଆରବିଆଇ ଏହାର ରିକ୍ସ ମ୍ୟାନେଜମେଣ୍ଟକୁ କଡାକଡି କରିଛି। ଏପରି ଲୋନକୁ ନେଇ ବଢୁଥିବା ବିପଦ ଉପରେ ପୂର୍ବାପେକ୍ଷା ଅଧିକ ଟଙ୍କାକୁ ବାଲାନ୍ସସିଟରେ ରଖିବାକୁ ସବୁ ବ୍ୟାଙ୍କକୁ ଆରବିଆଇ ନିର୍ଦ୍ଦେଶ ଦେଇଛି। ଏନପିଏ ପାଇଁ ଯେପରି ବାଲାନ୍ସସିଟ୍‌ ବ୍ୟବହାର କରୁଥିଲା ଏବେ ଇଏମାଇ ଓ ପେ ଲେଟର ପାଇଁ ଏପରି ନିୟମ ବ୍ୟାଙ୍କକୁ ଆପଣାଇବାକୁ ପଡିବ।

ଏପରି ଫିଚର୍ସ ଦେଶର ଆର୍ଥିକ ବ୍ୟବସ୍ଥାରେ ବିପଦ ବଢାଇପାରେ ବୋଲି ଆରବିଆଇ ଆଶଙ୍କା କରୁଛ କାରଣ ଏହି ସମସ୍ତ ଋଣ ଅସୁରକ୍ଷିତ ଅଟେ। ଏହି ଫଚର୍ସ ଦ୍ୱାରା ଲୋକମାନେ ଏହି ଋଣ ବଦଳରେ କୌଣସି ସମ୍ପତ୍ତି ବନ୍ଧା ପକାନ୍ତି ନାହିଁ। ଦେଶରେ ଅସୁରକ୍ଷିତ ଋଣ ଗ୍ରହଣର ଅଭିବୃଦ୍ଧି ୨୩ ପ୍ରତିଶତ ହୋଇଥିବାବେଳେ ଦେଶରେ କ୍ରେଡିଟ ଗ୍ରହଣର ସାଧାରଣ ଅଭିବୃଦ୍ଧି ମାତ୍ର ୧୨ ରୁ ୧୪ପ୍ରତିଶତ ଅଟେ।

କେନ୍ଦ୍ରୀୟ ବ୍ୟାଙ୍କର ଏହି ପଦକ୍ଷେପ ବ୍ୟାଙ୍କିଙ୍ଗ ଏବଂ ଫାଇନାନ୍ସ କ୍ଷେତ୍ର ଉପରେ ସିଧାସଳଖ ପ୍ରଭାବ ପକାଇବ। ବ୍ୟାଙ୍କ ଏବଂ ଫାଇନାନ୍ସ କମ୍ପାନୀଗୁଡିକ ପାଇଁ ଏହିପରି ଋଣ ମହଙ୍ଗା ହେବ, ଯେଉଁ କାରଣରୁ ସେମାନେ ଏହି ଋଣକୁ ଅତି ସହଜରେ ଦେବାକୁ ଏଡ଼ାଇବାକୁ ଚେଷ୍ଟା କରିବେ। ଏପରି ସମ୍ଭବ ଯେ ସେମାନେ କ୍ରେଡିଟ କାର୍ଡ କିମ୍ବା ଅନ୍ୟାନ୍ୟ ପ୍ରକାରର EMI ଦ୍ୱାରା ଗ୍ରାହକଙ୍କଠାରୁ ଅଧିକ ସୁଧ ଆଦାୟ କରିବା ଆରମ୍ଭ କରିପାରନ୍ତ। ତଥାପି, ଆରବିଆଇର ଏହି ନିୟମ ଗୃହ, ଶିକ୍ଷା, ଯାନବାହନ ଏବଂ ସୁନା ଋଣ ଇତ୍ୟାଦି ପାଇଁ ଲାଗୁ ହେବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଛିଣ୍ଡିଲା ଏନ୍‌ଡିଏର ଆସନ ବୁଝାମଣା: ୬୬ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ଭାଜପା

ରାଞ୍ଚି,୧୯ା୧୦: ଝାଡ଼ଖଣ୍ଡ ବିଧାନସଭାର ୮୧ ଆସନ ମଧ୍ୟରୁ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପକ୍ଷରୁ ଝାଡ଼ଖଣ୍ଡରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିଲା। ତଦନୁସାରେ...

କିଏ ସେହି ନଭ୍ୟା? ଯିଏକି ପ୍ରିୟଙ୍କାଙ୍କୁ ଦେବେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯ା୧୦: କେରଳର ଓ୍ବାୟନାଡ୍‌ ଲୋକ ସଭା ଆସନ ପାଇଁ ନଭେମ୍ବର ୧୩ରେ ଉପନିର୍ବାଚନ ହେବାକୁ ଯାଉଥିବାବେଳେ ଭାଜପା ସେଠାରୁ ନଭ୍ୟା ହରିଦାସଙ୍କୁ ପ୍ରାର୍ଥୀ କରିଛି। ସେ...

ଟିକେଟ କରାଇଦେବା ନାଁରେ ୨ କୋଟି ଠକେଇ: କେନ୍ଦ୍ରମନ୍ତ୍ରୀଙ୍କ ଭାଇ, ପୁତୁରା ଅଟକ

ବେଙ୍ଗାଲୁରୁ,୧୯ା୧୦: ୨ କୋଟି ଟଙ୍କା ଠକେଇ ମାମଲାରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ଭାଇ ଗୋପାଳ ଯୋଷୀ ଏବଂ ପୁତୁରା ଅଜୟ ଯୋଷୀଙ୍କୁ ବେଙ୍ଗାଲୁରୁ ପୋଲିସ ଶନିବାର...

ମୋଦିଙ୍କୁ ୧୦୦ଟଙ୍କା ପଠାଇଲେ ଆଦିବାସୀ ମହିଳା, ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୦: ଓଡ଼ିଶାର ଜଣେ ଆଦିବାସୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ପାଇଁ ୧୦୦ଟଙ୍କା ପ୍ରଦାନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଜପାର...

କିଏ ସେହି ବିଜୟା କିଶୋର ରାହାଟକର? ହେଲେ ରାଷ୍ଟ୍ରୀୟ ମହିଳା ଆୟୋଗର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୯।୧୦: କେନ୍ଦ୍ର ସରକାର ବିଜୟା କିଶୋର ରାହଟକରଙ୍କୁ ଜାତୀୟ ମହିଳା ଆୟୋଗର ନୂତନ ଚେୟାରମ୍ୟାନ ଭାବରେ ନିଯୁକ୍ତ କରିଛନ୍ତି। ରେଖା ଶର୍ମାଙ୍କ ସ୍ଥାନରେ ବିଜୟା କିଶୋର...

ସ୍ତ୍ରୀଙ୍କ ପାଇଁ ୨୦ ବର୍ଷ ହେଲା କରଓ୍ବାଚୌଥ ବ୍ରତ କରୁଛନ୍ତି ଏହି ଭାଜପା ନେତା

ନୂଆଦିଲ୍ଲୀ,୧୯।୧୦: ବିବାହିତ ମହିଳାମାନେ ରବିବାର କରଓ୍ବାଚୌଥ ଉପବାସ କରିବେ। ବିଶ୍ୱାସ ଅନୁଯାୟୀ, ସାଧାରଣତଃ ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ ପାଇଁ ଏହି ଉପବାସ ପାଳନ...

ନୁଡଲ୍ସ ଭଳି ୨ ମିନିଟରେ ନିଆଯାଇ ପାରିବନି ନିଷ୍ପତ୍ତି, ଝାଡ଼ଖଣ୍ଡ ସିଟ ଶେୟାରିଂକୁ ନେଇ ଗର୍ଜିଲେ…

ରାଞ୍ଚି,୧୯।୧୦: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଣ୍ଡିଆ ମେଣ୍ଟର ସିଟ ଶେୟାରିଂ ସୂତ୍ର ଘୋଷଣା କରିଛନ୍ତି। ଜେଏମଏମ ଏବଂ କଂଗ୍ରେସ ରାଜ୍ୟର ୮୧ଟି ବିଧାନସଭା ଆସନରୁ...

ଉତ୍ତର ପ୍ରଦେଶ ଶୁଟର୍‌ଙ୍କୁ କାହିଁକି ଦିଆଯାଇଥିଲା ବାବା ସିଦ୍ଧକିଙ୍କ ସୁପାରୀ? ହେଲା ବଡ଼ ଖୁଲାସା

ମୁମ୍ବାଇ,୧୯।୧୦: ବାବା ସିଦ୍ଧକି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ପଚରାଉଚରା କରିବା ସମୟରେ ବଡ଼ ଖୁଲାସା ହୋଇଛି। କେଉଁ କାରଣରୁ ଏହି ସୁପାରି ୟୁପି ଶୁଟର୍‌ଙ୍କୁ ଦିଆଯାଇଥିଲା ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri