ନୂଆଦିଲ୍ଲୀ,୧୮।୧୧: ଅନଲାଇନରେ ଆପଣ କିଛି ଜିନିଷ କିଣୁଥିବାବେଳେ କେବେ କ୍ୟାସ ଅନ ଡେଲିଭେରି କିମ୍ବା ଅନଲାଇନ ପେମେଣ୍ଟକୁ ବ୍ୟବହାର କରିଥାନ୍ତି। ଏଥିସହ ଆପଣ ନୋ କଷ୍ଟ ଇଏମାଇ ଓ ବାଏ ନାଓ ପେ ଲାଟର ଅପ୍ସନକୁ ମଧ୍ୟ ଖୁବ୍ ବ୍ୟବହାର କରିଥାନ୍ତି। ନୋ କଷ୍ଟ ଇଏମାଇ ଓ ବାଏ ନାଓ ପେ ଲାଟର ଅପ୍ସନ ଦ୍ୱାରା ଆଇଫୋନ ୟୁଜର୍ସ ହୁଅନ୍ତୁ ଅବା ଆଣ୍ଡ୍ରଏଡ ୟୁଜର୍ସ ସମସ୍ତେ ଶପିଂ କରିବା ସମୟରେ ଖୁବ୍ ଫାଇଦା ଉଠାନ୍ତି। ଏହି ଦୁଇଟି ଅପ୍ସନ ଦ୍ୱାରା ଆଣ ଜିନିଷ କିଣିବା ପରେ କୌଣସି ବଡ ରକମକୁ ମାସିକିଆ ହିସାବରେ ପେମେଣ୍ଟ କରିଥାନ୍ତି।
ଏହାରି ଭିତରେ ସୂଚନା ମିଳିଛି କି, ଏହି ଦୁଇଟି ଫିଚର୍ସ ଖୁବ୍ ଶୀଘ୍ର ବନ୍ଦ ହୋଇଯାଇପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏହିଭଳି ସ୍ମଲ ପର୍ସନାଲ ଲୋନ ଓ କ୍ରେଡିଟ କାର୍ଡ ବ୍ୟବହାରକୁ ନେଇ କିଛି ବଡ ପଦକ୍ଷେପ ନେବାକୁ ଯାଉଛି। ଏଥିସହ ଏହାକୁ ନେଇ ଜଡିତ ବ୍ୟାଙ୍କର କିଛି ନିୟମ କଡାକଡି ହେବାକୁ ଯାଉଛି।
ଆରବିଆଇ ସବୁ ବ୍ୟାଙ୍କକୁ ଏପରି ଫିର୍ଚସ ବ୍ୟବସାୟ ପାଇଁ ବିପଦ ବୋଲି ସତର୍କ କରାଇଛି। ଏହି ଛୋଟ ଛୋଟ ଲୋନ ଫିଚର୍ସ ଏନପିଏରେ ପରିବର୍ତ୍ତନ ନ ହେଉ ଏଥିପାଇଁ ଆରବିଆଇ ଏହାର ରିକ୍ସ ମ୍ୟାନେଜମେଣ୍ଟକୁ କଡାକଡି କରିଛି। ଏପରି ଲୋନକୁ ନେଇ ବଢୁଥିବା ବିପଦ ଉପରେ ପୂର୍ବାପେକ୍ଷା ଅଧିକ ଟଙ୍କାକୁ ବାଲାନ୍ସସିଟରେ ରଖିବାକୁ ସବୁ ବ୍ୟାଙ୍କକୁ ଆରବିଆଇ ନିର୍ଦ୍ଦେଶ ଦେଇଛି। ଏନପିଏ ପାଇଁ ଯେପରି ବାଲାନ୍ସସିଟ୍ ବ୍ୟବହାର କରୁଥିଲା ଏବେ ଇଏମାଇ ଓ ପେ ଲେଟର ପାଇଁ ଏପରି ନିୟମ ବ୍ୟାଙ୍କକୁ ଆପଣାଇବାକୁ ପଡିବ।
ଏପରି ଫିଚର୍ସ ଦେଶର ଆର୍ଥିକ ବ୍ୟବସ୍ଥାରେ ବିପଦ ବଢାଇପାରେ ବୋଲି ଆରବିଆଇ ଆଶଙ୍କା କରୁଛ କାରଣ ଏହି ସମସ୍ତ ଋଣ ଅସୁରକ୍ଷିତ ଅଟେ। ଏହି ଫଚର୍ସ ଦ୍ୱାରା ଲୋକମାନେ ଏହି ଋଣ ବଦଳରେ କୌଣସି ସମ୍ପତ୍ତି ବନ୍ଧା ପକାନ୍ତି ନାହିଁ। ଦେଶରେ ଅସୁରକ୍ଷିତ ଋଣ ଗ୍ରହଣର ଅଭିବୃଦ୍ଧି ୨୩ ପ୍ରତିଶତ ହୋଇଥିବାବେଳେ ଦେଶରେ କ୍ରେଡିଟ ଗ୍ରହଣର ସାଧାରଣ ଅଭିବୃଦ୍ଧି ମାତ୍ର ୧୨ ରୁ ୧୪ପ୍ରତିଶତ ଅଟେ।
କେନ୍ଦ୍ରୀୟ ବ୍ୟାଙ୍କର ଏହି ପଦକ୍ଷେପ ବ୍ୟାଙ୍କିଙ୍ଗ ଏବଂ ଫାଇନାନ୍ସ କ୍ଷେତ୍ର ଉପରେ ସିଧାସଳଖ ପ୍ରଭାବ ପକାଇବ। ବ୍ୟାଙ୍କ ଏବଂ ଫାଇନାନ୍ସ କମ୍ପାନୀଗୁଡିକ ପାଇଁ ଏହିପରି ଋଣ ମହଙ୍ଗା ହେବ, ଯେଉଁ କାରଣରୁ ସେମାନେ ଏହି ଋଣକୁ ଅତି ସହଜରେ ଦେବାକୁ ଏଡ଼ାଇବାକୁ ଚେଷ୍ଟା କରିବେ। ଏପରି ସମ୍ଭବ ଯେ ସେମାନେ କ୍ରେଡିଟ କାର୍ଡ କିମ୍ବା ଅନ୍ୟାନ୍ୟ ପ୍ରକାରର EMI ଦ୍ୱାରା ଗ୍ରାହକଙ୍କଠାରୁ ଅଧିକ ସୁଧ ଆଦାୟ କରିବା ଆରମ୍ଭ କରିପାରନ୍ତ। ତଥାପି, ଆରବିଆଇର ଏହି ନିୟମ ଗୃହ, ଶିକ୍ଷା, ଯାନବାହନ ଏବଂ ସୁନା ଋଣ ଇତ୍ୟାଦି ପାଇଁ ଲାଗୁ ହେବ ନାହିଁ।