Categories: ବାଣିଜ୍ୟ

ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିରେ ଆର୍‌ବିଆଇ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୨୫।୧୧: ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଙ୍ଗଠନ ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ଏବଂ ଇଣ୍ଡିଆନ୍‌ ବ୍ୟାଙ୍କସ୍‌ ଆସୋସିଏଶନ ପକ୍ଷରୁ ମିଳିତ ଭାବେ ମୁମ୍ବାଇଠାରେ ଆୟୋଜିତ ଏହାର ପ୍ରମୁଖ ବ୍ୟାଙ୍କିଙ୍ଗ୍‌ ସମ୍ପର୍କିତ ବାର୍ଷିକ କାର୍ଯ୍ୟକ୍ରମ ଏଫ୍‌ଆଇବିଏସି-୨୦୨୩ ରେ ଫିକିର ସଭାପତି ତଥା ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍‌ ଲିମିଟେଡ୍‌ (ଇମ୍ଫା)ର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଉଦ୍‌ବୋଧନ ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଗଭର୍ନର ଶକ୍ତିକାନ୍ତ ଦାସ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଏସ୍‌ବିଆଇ ଅଧ୍ୟକ୍ଷ ଦିନେଶ ଖାରା ଏବଂ ଆକ୍ସିସ୍‌ ବ୍ୟାଙ୍କ୍‌ର ପରିଚାଳନା ନିର୍ଦ୍ଦେଶକ ଅମିତାଭ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପଣ୍ଡା କହିଛନ୍ତି, ଭାରତୀୟ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରର କ୍ରମାଗତ ବିକାଶରେ ଆର୍‌ବିଆଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଏହାର ସୁଚିନ୍ତିତ ପଦକ୍ଷେପ ଯୋଗୁ ବ୍ୟାଙ୍କ୍‌ଗୁଡ଼ିକ ସୁଦୃଢ ହେବା ସହିତ ଭାରତର ଦ୍ରୁତ ଅର୍ଥନୈତିକ ବିକାଶରେ ସହାୟତା କରିବାକୁ ସକ୍ଷମ ହୋଇପାରିଛନ୍ତି। ସେହିପରି ଦାସ କହିଛନ୍ତି,ଆର୍‌ବିଆଇ ବିଭିନ୍ନ ବାହ୍ୟ ଦିଗଗୁଡ଼ିକୁ ବିଚାରକୁ ନେଇ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ଉପରେ ନିରନ୍ତର ଭାବେ ଧ୍ୟାନ କେନ୍ଦ୍ରିତ କରିବ।

Share