ଉନ୍ନୟନ ନାଁରେ ଚାଲିଛି ଅବାଧ ଗଛକଟା

ରସୁଲପୁର,୧୨ା୧୨(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକ ଅଞ୍ଚଳରେ ଉନ୍ନୟନ ନାଁରେ ଅବାଧ ଗଛକଟା ଚାଲିଛି। ଏଭଳି ସ୍ଥିତି ଯେ କେବଳ ଏହି ବ୍ଲକରେ ଦେଖାଯାଉଛି ତା ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ନାନା କାରଣରୁ ଗଛ କଟା ଯାଉଛି। ଜନବସିତ ବୃଦ୍ଧି ସାଙ୍ଗକୁ ଉନ୍ନୟନ ନାଁରେ ଦୈନିକ ଶତାଧିକ ଗଛ ବଳି ପଡୁଛି। କ୍ରମଶଃ ଗଛ ସଂଖ୍ୟା କମି ଯାଉଥିବାରୁ ପାଣିପାଗ ପ୍ରଭାବିତ ହେଉଛି। ବାଡ଼ିବଗିଚାରେ ବ୍ୟାପକ ଗଛ ଲଗାଇବାକୁ ଜନସଚେତନତା ସୃଷ୍ଟି କରାଯାଉଛି। ଏହା କେବଳ ପ୍ରଚାର ପ୍ରସାରରେ ସୀମିତ ଥିବା ଭଳି ମନେ ହେଉଛି। ବିଭିନ୍ନ ଆଳରେ ଗଛଗୁଡିକ କଟିବା ବେଳେ କ୍ଷମତାପ୍ରାପ୍ତ ଅଧିକାରୀଙ୍କଠାରୁ ଅନୁମତି ଲୋଡା ଯାଉନାହିଁ। ଏମିତି କି ଗଛକଟାକୁ ନେଇ ଅଭିଯୋଗ ହେଲେ ବି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ପ୍ରକୃତି ସନ୍ତୁଳନ ଆଣିବା ପାଇଁ ବ୍ୟାପକ ଗଛ ଲଗାଯିବା ସହ ଗଛକାଟିବା ଉପରେ ରୋକ ଲଗାଇବା ଓ ଗଛକାଟିବାରେ ସଂପୃକ୍ତ ବ୍ୟକ୍ତି ଓ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବେଶବିତ୍‌ମାନେ ଦାବି କରୁଛନ୍ତି।
ଶିକ୍ଷାନୁଷ୍ଠାନ ପରିବେଶକୁ ସରସ ସୁନ୍ଦର କରିବା ପାଇଁ ବିଦ୍ୟାର୍ଥୀ ଓ ବିଦ୍ୟାଳୟ କତ୍ତୃପକ୍ଷଙ୍କ ଉଦ୍ୟମରେ ବିଦ୍ୟାଳୟ ପରିସରରେ ବ୍ୟାପକ ଗଛ ଲଗାଇ ଥାଆନ୍ତି। ଏପରି କି ଇକୋ କ୍ଲବ ଜରିଆରେ ବିଦ୍ୟାଳୟ ପରିସରରେ ବହୁତ ଗଛ ଲଗାଯାଇ ପୁରସ୍କାର ହାତେଇଛନ୍ତି। ଏହିଭଳି ବିଦ୍ୟାଳୟ ମଧ୍ୟରୁ ଅଧିକାଂଶ ବିଦ୍ୟାଳୟକୁ ୫-ଟି ଯୋଜନା ଅନ୍ତର୍ଭୂକ୍ତ କରାଯାଇଛି।ଏହି ଯୋଜନା ଅନୁଦାନରେ ରୂପାନ୍ତରଣ କାର୍ଯ୍ୟ ଆଳରେ ବିଦ୍ୟାଳୟରୁ ଗଛକାଟା ଯାଉଛି। ଏହାଛଡା ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ, ଜାତୀୟ ରାଜପଥ ଓ ରାଜ୍ୟରାଜପଥ କର୍ତ୍ତୃପକ୍ଷ ପକ୍ଷରୁ କୋଠାବାଡ଼ି ଓ ରାସ୍ତା ନିର୍ମାଣ, ସାଧାରଣ ଲୋକେ ବାସସ୍ଥାନ ବିସ୍ତାର କରିବା, ଘରକରଣା ସାମଗ୍ରୀ ନିର୍ମାଣ, ବ୍ୟବସାୟୀମାନେ ବ୍ୟବସାୟିକ କାର୍ଯ୍ୟ ପାଇଁ ବହୁ ଗଛକଟା ଯାଉଛି। ଯେତିକି ପରିମାଣର ଗଛକଟା ଯାଉଛି, ସେହି ମୁତାବକ ଗଛ ଲଗାଯାଉ ନାହିଁ। ଏମିତି କି ରାସ୍ତା ନିର୍ମାଣ, ସରକାରୀ କାର୍ଯ୍ୟାଳୟ, ସର୍ବସାଧାରଣ ସ୍ଥାନରେ କୋଠାବାଡି ନିର୍ମାଣ ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମିଳିତ ଉଦ୍ୟମରେ ଗଛକଟା ଯାଉଛି। ହେଲେ ନିୟମ ମୁତାବକ ଗଛ ଲଗାଯାଉ ନାହିଁ। ରାସ୍ତାଘାଟ ଓ କୋଠାବାଡ଼ି ନିର୍ମାଣ ପାଇଁ ବିଭାଗ ପକ୍ଷରୁ ବ୍ୟୟବରାଦ କରାଯାଉଛି। ଏହି ସମୟରେ ରାସ୍ତା ପାର୍ଶ୍ୱରେ ଓ ସରକାରୀ କୋଠାବାଡି ହତାରେ ଗଛ ଲଗାଇବା ପାଇଁ ଅର୍ଥ ବ୍ୟବସ୍ଥା କରାଯାଉଛି। ନିର୍ମାଣ କାର୍ଯ୍ୟ ସରିଯାଉଛି, ହେଲେ ଆବଶ୍ୟକ ସ୍ଥଳରେ ଗଛ ଲଗାଯାଉ ନାହିଁ। ଏଥିପ୍ରତି ବିଭାଗୀୟ ଅଧିକାରୀମାନେ ଧ୍ୟାନ ନଦେଇ ଠିକାଦାରମାନଙ୍କୁ ବିଲ୍‌ ପୈଠ କରିଦେଉଛନ୍ତି। ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ବନ ବିଭାଗ ଓ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ପକ୍ଷରୁ ପ୍ରକଳ୍ପ ସ୍ଥାନକୁ ଅନୁଧ୍ୟାନ କରାଯାଉ ନାହିଁ। ଏଭଳି ବ୍ୟବସ୍ଥା ଆଇନ ମଧ୍ୟରେ ରହିଛି କି ନାହିଁ ତାକୁ ନେଇ ଜନସାଧାରଣମାନଙ୍କୁ ଅନ୍ଧାରରେ ରଖାଯାଇଆସୁଛି। ଉନ୍ନୟନ ନାଁରେ ଗଛକାଟିବା ଉପରେ ରୋକ୍‌ ଲଗାଇବା ସହ ବିଭାଗୀୟ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେଇ ପରିବେଶ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରାଯାଉ। ଏହାଛଡା କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରକଳ୍ପ ସ୍ଥାନରେ କେତୋଟି ଓ କେଉଁ ପ୍ରଜାତିର ବଡ ଓ ଛୋଟ ଗଛ ଥିଲା ସେ ସମ୍ପର୍କରେ ସୂଚନା ଫଳକରେ ଉଲ୍ଲେଖ କରାଯାଉ। ସେଥିମଧ୍ୟରୁ କେତୋଟି ଗଛ କଟାଯିବାର ଆବଶ୍ୟକତା ରହିଛି ଓ ଉକ୍ତ ଗଛଗୁଡିକୁ କାଟି ପରିବେଶ ପ୍ରତି କରାଯାଉଥିବା କ୍ଷତିକୁ ଭରଣା କରିବା ପାଇଁ କେତେ ଗଛ ଲଗାଯାଉଛି ସେ ଦିଗରେ ସବିଶେଷ ସୂଚନା ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।
ଏ ନେଇ ଗଡ ମଧୁପୁର ବନଖଣ୍ଡ ଅଞ୍ଚଳର ବନବିଭାଗ ଅଧିକାରୀ ସେକ୍‌ ଜାକିର ହୁସେନଙ୍କୁ ପଚାରିବାରୁ ସେ କୁହନ୍ତି, କେତେକ ଅଣ ଜଙ୍ଗଲି ଗଛ ଯଥା ଦେବଦାରୁ, ଆକାଶି, ଜନ୍ଦାଖାଇ, ଇୟୁକାଲପଟାସ, ଓଉ ଭଳି ଗଛ କାଟିବାକୁ ହେଲେ ବନବିଭାଗର ଅନୁମତି ଲୋଡା ନାହିଁ। ତାକୁ ବାଡିଆମାନେ କାଟି ପାରିବେ। ଅନ୍ୟ ଯେକୌଣସି ପରିବେଶ ଅନୁକୂଳ ଗଛକୁ କାଟିବାକୁ ହେଲେ ବିଭାଗ ପକ୍ଷରୁ ଅନୁମତି ନେବାକୁ ପଡିବ। ସରକାରୀ ଜମିରୁ ଗଛ କାଟିବାକୁ ହେଲେ ତହସିଲଦାରଙ୍କଠାରୁ ଅନୁମତି ଆଣିବାର ନିୟମ ରହିଛି। ପଞ୍ଚାୟତ ଜମିରେ ଥିବା ଦୁର୍ବଳ, ଶୁଖିଲା, ବିପଦସଙ୍କୁଳ ଗଛଗୁଡିକୁ କାଟିବାକୁ ହେଲେ ସରପଞ୍ଚମାନଙ୍କଠାରୁ ଅନୁମତି ନେଇ ଗଛକାଟି ନିଲାମ କରାଯାଇ ପାରିବ। ଏହାଛଡା ବ୍ୟକ୍ତିଗତ ଜମିରୁ ମୂଲ୍ୟବାନ ଗଛ କାଟିବାକୁ ହେଲେ ସେ ଦିଗରେ ଅନୁମତି ନେବାର ଆବଶ୍ୟକା ରହିଛି। ସେଭଳି ହେଉ ନ ଥିବା ଲକ୍ଷ୍ୟ କରାଯାଇଛି। ଯେଉଁ ସ୍ଥାନରୁ ବେଆଇନ ଭାବେ ଗଛକଟାକୁ ନେଇ ଅଭିଯୋଗ ଆସୁଛି ସେମାନେ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌...

ସ୍କୁଟି ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଗୁରୁତର

ଆସିକା, ୧୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଆସିକା ଥାନା ଅନ୍ତର୍ଗତ ବାଲିସିରା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ...

୪୮ ହଜାର ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ଆସୁଥିଲେ କଟିଯିବ ପେନସନ

ଜୟପୁର,୧୪।୪: ରାଜସ୍ଥାନ ସରକାର ଏକ ବଡ଼ ଏବଂ ବହୁଚର୍ଚ୍ଚିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ହଜାର ହଜାର ପେନସନଭୋଗୀଙ୍କ ନିଦ ହଜାଇପାରେ। ଏବେ ବାର୍ଷିକ...

ଭାଜପା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଭାଜପା ତରଫରୁ ବ୍ଲକ୍‌ସ୍ତରୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଜୟନ୍ତୀ ଡୁମୁରିଆ ପଞ୍ଚାୟତ ନୂଆଗାଁରେ...

ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): ମହା ବିଷୁବ ସଂକ୍ରାନ୍ତି, ଶ୍ରୀ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ସକାଶେ ସୋମବାର କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ହନୁମାନ...

ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ

ନୂଆପଡ଼ା,୧୪ା୪ (ମକାରୁ ବେମାଲ) ଓଡ଼ିଆ ପକ୍ଷ ପାଳନର ସୋମବାର ଶେଷ ଦିନରେ ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ...

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି।...

ହନୁମାନ ଜୟନ୍ତୀରେ ଖଣ୍ଡା ବୁଲାଇଲେ ବିଧାୟକ: ଚାରିଆଡ଼େ ଚର୍ଚ୍ଚା

ବରଗଡ଼, ୧୪।୪(ପ୍ରେମାନନ୍ଦ ଖମାରୀ): ସୋମବାର ସନ୍ଧ୍ୟାରେ ବରଗଡ଼ ସହରରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ହୋଇଥିଲା। ସ୍ଥାନୀୟ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ବାହାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image