ଆମେରିକାର ଆର୍‌ ବୋନୀ ଗାବ୍ରିଏଲ୍‌ ହେଲେ ‘ବ୍ରହ୍ମାଣ୍ଡ ସୁନ୍ଦରୀ’

ଓ୍ବାଶିଂଟନ: ୭୧ତମ ବ୍ରହ୍ମାଣ୍ଡ ସୁନ୍ଦରୀ ହୋଇଛନ୍ତି ଆମେରିକାର ଆର୍‌ ବୋନୀ ଗାବ୍ରିଏଲ। ସେ ଦୁନିଆର ୮୪ ପ୍ରତିଯୋଗୀଙ୍କୁ ପଛରେ ପକାଇ ୨୦୨୨ ବ୍ରହ୍ମାଣ୍ଡ ସୁନ୍ଦରୀ ହେବାର ଗୌରବ ଅର୍ଜନ କରଛନ୍ତି। ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ଥିବା ଭାରତର ହରନାଜ ସାନ୍ଧୁ ତାଙ୍କୁ ବିଜୟ ମୁକୁଟ ପିନ୍ଧାଛନ୍ତି। ଗାବ୍ରିଏଲ୍‌ ଆମେରିକାର ହ୍ୟୁଷ୍ଟନ୍‌, ଟେକ୍ସାସ୍‌ର ବାସିନ୍ଦା ଥିବା ବେଳେ ବୃତ୍ତିରେ ସେ ଜଣେ ଫ୍ୟାଶନ ଡିଜାଇନର୍‌।

ମିସ୍‌ ୟୁନିଭର୍ସର ଏହି ପ୍ରତିଯୋଗିତା ଆମେରିକାର ନ୍ୟୁ ଅର୍ଲିଅନ୍‌ ସହରରେ ରବିବାର ସକାଳେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭେନେଜୁଏଲାର ଅମାଣ୍ଡା ଡୁଡାମେଲ ନ୍ୟୁମେନ ପ୍ରଥମ ରନର୍ସ ଅପ୍‌ ହୋଇଥିବା ବେଳେ ଡୋମିନିକାନ୍‌ ରିପବ୍ଲିକ୍‌ର ଆଣ୍ଡ୍ର୍ରେଆ ମାର୍ଟିନେଜ୍‌ ଦ୍ୱିତୀୟ ରନର୍ସ ଅପ୍‌ ହୋଇଛନ୍ତି। ତେବେ ଭାରତର ପ୍ରତିନିଧିତ୍ୱ କରିଥିବା ୨୫ ବର୍ଷୀୟ ଦିବିତା ରାୟ ଶ୍ରେଷ୍ଠ ୧୬ରେ ସ୍ଥାନ ପାଇଥିଲେ ହେଁ ଟପ୍‌-୫ରୁ ବାଦ୍‌ ପଡ଼ିଥିଲେ।

Share