Categories: ଖେଳ

କୋହଲିଙ୍କଠାରୁ ଗୁରୁମନ୍ତ୍ର ପାଇ ବିଜୟର ଖାତା ଖୋଲିଲା ଆରସିବି

ମୁମ୍ବାଇ,୧୬।୩: ଦୀର୍ଘ ସମୟ ଅପେକ୍ଷା କରିବା ପରେ ମହିଳା ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟର ଖାତା ଖୋଲିଛି। ଲଗାତାର ୫ ମ୍ୟାଚ ହାରିଯିବା ପରେ ଦଳ ଷଷ୍ଠ ମ୍ୟାଚରେ ବିଜୟ ଲାଭ କରିଛି। ଦଳର ଏହି ବିଜୟରେ ପୂର୍ବତନ ଆରସିବି ପୁରୁଷ ଦଳର ଅଧିନାୟକ ବିରାଟ କୋହଲିଙ୍କର ଏକ ବଡ଼ ହାତ ଥିଲା। ଆରସିବି ମହିଳା ଖେଳାଳି ହେଥର ନାଇଟ ଏହା ପ୍ରକାଶ କରିଛନ୍ତି। ଟୁର୍ନାମେଣ୍ଟରେ ବିରାଟ କୋହଲିଙ୍କଠାରୁ ଗୁରୁମନ୍ତ୍ର କିପରି ଆରସିବି ମହିଳାଙ୍କୁ ପ୍ରଥମ ବିଜୟ ହାସଲ କରିବାରେ ସାହାଯ୍ୟ କରିଛି ତାହା ସେ କହିଥିଲେ।
ମାର୍ଚ୍ଚ ୧୫ରେ, ଆରସିବି ମହିଳା ୟୁପି ୱାରିୟର୍ସଙ୍କୁ ୫ ଉଇକେଟରେ ପରାସ୍ତ କରିଥିଲେ। ଏହି ମ୍ୟାଚ ପୂର୍ବରୁ ଆରସିବି ମହିଳା ଖେଳାଳିଙ୍କୁ ବିରାଟ କୋହଲି ଦଳର ଖେଳାଳିଙ୍କୁ ଭେଟିଥିଲେ। ନାଇଟ କହିଛନ୍ତି ଯେ, ବିରାଟ କୋହଲି ଆରସିବି ମହିଳାଙ୍କ ଖେଳାଳିଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ଉତ୍ସାହିତ କରିଥିଲେ। ଏହି ବିଜୟ ସହିତ, ପ୍ଲେ-ଅଫ୍‌ରେ ଯୋଗ୍ୟତା ହାସଲ କରିବାର ଆଶା ଅକ୍ଷୁର୍ଣ୍ଣ ରହିଛି।
ଯଦିଓ ଏଠାରୁ ଆରସିବି ପାଇଁ ଯୋଗ୍ୟତା ଅର୍ଜନ କରିବା ଅତ୍ୟନ୍ତ କଷ୍ଟକର ମନେହୁଏ। ଯୋଗ୍ୟତା ହାସଲ କରିବାକୁ ଦଳ ପ୍ରଥମେ ଅବଶିଷ୍ଟ ଦୁଇଟି ମ୍ୟାଚ ଜିତିବାକୁ ପଡିବ। ଦଳ ତିନି ନମ୍ବରରେ ରହି ଯୋଗ୍ୟତା ଅର୍ଜନ କରିପାରିବ। ଏଥିପାଇଁ ସେମାନଙ୍କୁ ଆଶା କରିବାକୁ ପଡିବ ଯେ ୟୁପି ୱାରିୟର୍ସ ଟୁର୍ନାମେଣ୍ଟରେ ବାକି ସମସ୍ତ ମ୍ୟାଚ ହାରିଯିବେ ଏବଂ ଗୁଜରାଟ ଜିଆଣ୍ଟସ ଅବଶିଷ୍ଟ ମ୍ୟାଚରେ ଗୋଟିଏରୁ ଅଧିକ ମ୍ୟାଚ ଜିତିବ ନାହିଁ। ଆରସିବି ଏହି ସମୀକରଣ ସହିତ ଯୋଗ୍ୟତା ଅର୍ଜନ କରିବ ବୋଲି ଆଶା କରାଯାଏ।

Share