ରୋମାଞ୍ଚକ ମୁକାବିଲାରେ ମୁମ୍ବାଇକୁ ହରାଇଲା ଆରସିବି: ଶେଷ ଓଭରରେ ଯାଦୁ ଦେଖାଇଲେ କ୍ରୁନାଲ

ମୁମ୍ବାଇ, ୭।୪-ଓ୍ବାଙ୍ଖେଡେ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚରେ ରୋମାଞ୍ଚକ ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)।

ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଆରସିବି ୧୨ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଆରସିବି ୨୦ ଓଭରରେ ୫ ଉଇକେଟ ହରାଇ ୨୨୧ ରନ କରିଥିଲା। ଘରୋଇ ପିଚ୍‌ରେ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ହେଁ ମୁମ୍ବାଇ ଇନିଂସ ୨୦ ଓଭରରେ ୨୦୯/୯ରେ ସୀମିତ ହୋଇ ଯାଇଥିଲା। ତିଲକ ବର୍ମା ୫୬ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ୪୨ ରନକରି ମୁମ୍ବାଇକୁ ବିଜୟର ନିକଟତର କରିଥିଲେ ହେଁ ଆସିବି ବୋଲରମାନେ ଠିକ୍‌ ସମୟରେ ଧୈର୍ଯ୍ୟ ଦେଖାଇ ବାଜି ମାରିଥିଲେ। ଶେଷ ଓଭରରୁ ବିଜୟ ପାଇଁ ୧୯ ରନ ଆବଶ୍ୟକ ହେଉଥିବାବେଳେ କୃନାଲ ପାଣ୍ଡ୍ୟା ମାତ୍ର ୬ ରନ ଦେଇ ୩ଟି ଉଇକେଟ ନେବା ସହ ନିଜ ଭାଇ ହାର୍ଦ୍ଦିକଙ୍କୁ ପରାଜୟ ସ୍ବାଦ ଚଖାଇଥିଲେ। ୧୦ ବର୍ଷ ପରେ ଓ୍ବାଙ୍ଖେଡେରେ ଏହାଥିଲା ଆରସିବିର ପ୍ରଥମ ବିଜୟ। ଆରସିବି ୪ ମ୍ୟାଚରୁ ୩ୟ ବିଜୟ ହାସଲ କରିଥିବାବେଳେ ମୁମ୍ବାଇ ୫ ମ୍ୟାଚରୁ ୪ର୍ଥ ପରାଜୟ ବରଣ କରିଛି।

ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଆରସିବି ମାତ୍ର ୪ ରନରେ ଫିଲିପ୍‌ ସଲ୍ଟଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ବିରାଟ କୋହଲି ଓ ଦେବଦତ୍ତ ପଡିକଲ ଦଳର ବଡ଼ ସ୍କୋର ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ଦୁହେଁ ୫୨ ବଲ୍‌ରୁ ୯୧ ରନ ଯୋଗ କରିବାପରେ ପଡିକଲଙ୍କୁ ଆଉଟ କରି ମୁମ୍ବାଇକୁ ବ୍ରେକ୍‌ ଥ୍ରୁ ଦେଇଥିଲେ ଭିଗ୍ନେଶ ପୁଥୁର। ପଡିକଲ ୨୨ ବଲ୍‌ରୁ ୩୭ (୨ ଚୌକା, ୩ ଛକା) ରନ କରିଥିଲେ। କୋହଲି କିନ୍ତୁ ଅର୍ଦ୍ଧଶତକ ହାସଲ କରିବା ସହ ପ୍ରଥମ ଭାରତୀୟ ଭାବେ ଟି୨୦ କ୍ରିକେଟରେ ୧୩,୦୦୦ ରନ ପୂରଣ କରିଥିଲେ। ସେ ୪୨ ବଲ୍‌ରୁ ୬୭ (୮ ଚୌକା, ୨ ଛକା) ରନ କରିଥିଲେ। ୧୫ତମ ଓଭରରେ କୋହଲି ଓ ଲିଆମ ଲିଭିଂଷ୍ଟୋନଙ୍କୁ ଆଉଟ କରି ହାର୍ଦ୍ଦିକ ଟି୨୦ କ୍ରିକେଟରେ ୨୦୦ ଉଇକେଟ ପୂରଣ ସହ ମୋମେଣ୍ଟମକୁ ମୁମ୍ବାଇ ଆଡ଼କୁ ନେବାକୁ ଚେଷ୍ଟା କରିଥିଲେ। ମାତ୍ର ଅଧିନାୟକ ରଜତ ପଟିଦାର ଓ ଜୀତେଶ ଶର୍ମା ତାହା ହେବାକୁ ଦେଇ ନ ଥିଲେ। ଦୁହେଁ ଦ୍ରୁତ ହାରରେ ରନ ସଂଗ୍ରହ କରି ଆରସିବି ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ୫ମ ଉଇକେଟରେ ମାତ୍ର ୨୭ ବଲ୍‌ରୁ ୬୯ ରନର ଭାଗୀଦାରି ହେବାପରେ ପଟିଦାର ୧୯ତମ ଓଭରର ଶେଷ ବଲ୍‌ରେ ଆଉଟ ହୋଇଥିଲେ। ସେ ୩୨ ବଲ୍‌ରୁ ୫ ଚୌକା ଓ ୪ ଛକା ସହାୟତାରେ ୬୪ ରନ କରିଥିଲେ। ଜୀତେଶ ମାତ୍ର ୧୯ ବଲ୍‌ରୁ ୪୦ (୨ଚୌକା, ୪ଛକା) ରନରେ ଅପରାଜିତ ରହିବାରୁ ଆରସିବି ସ୍କୋର ୨୨୧ରେ ପହଞ୍ଚତ୍ଥିଲା। ମୁମ୍ବାଇ ବୋଲରଙ୍କ ମଧ୍ୟରେ ଟ୍ରେଣ୍ଟ ବୋଲ୍ଟ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏ ଏବଂ ଭିଗ୍ନେଶ ପୁଥୁର ଗୋଟିଏ ଉଇକେଟ ନେଇଥିଲେ। ପ୍ରତ୍ୟାବର୍ତ୍ତନ ମ୍ୟାଚରେ ଯଶପ୍ରୀତ୍‌ ବୁମ୍‌ରା ଭଲ ବୋଲିଂ କରିଥିଲେ ହେଁ ଉଇକେଟ ପାଇ ନ ଥିଲେ।

ସଂକ୍ଷିପ୍ତ ସ୍କୋର

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ ଓଭରରେ ୨୨୧/୫ (ବିରାଟ କୋହଲି-୬୭, ରଜତ ପଟିଦାର-୬୪, ଜୀତେଶ ଶର୍ମା-୪୦*, ଦେବଦତ୍ତ ପଡିକଲ-୩୭, ଟ୍ରେଣ୍ଟ ବୋଲ୍ଟ-୨/୫୭, ହାର୍ଦ୍ଦିକ ପାଣ୍ଡ୍ୟା-୨/୪୫, ଭିଗ୍ନେଶ ପୁଥୁର-୧/୧୦)। ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୨୦୯/୯ (ତିଲକ ବର୍ମା-୫୬, ହାର୍ଦ୍ଦିକ ପାଣ୍ଡ୍ୟା-୪୨, ସୂର୍ଯ୍ୟକୁମାର ଯାଦବ-୨୮, କୃନାଲ ପାଣ୍ଡ୍ୟା-୪/୪୫, ୟଶ ଦୟାଲ-୨/୪୬, ଜୋଶ ହାଜେଲଉଡ-୨/୩୭, ଭୁବନେଶ୍ୱର କୁମାର-୧/୪୮)।


Enter your email to get our daily news in your inbox.

All Right Reserved By Dharitri.Com

୧୬ ପିଲା…ପ୍ରେମିକଙ୍କ ପାଇଁ ବଡ଼ କାମ କଲେ ସ୍ମୃତି ମନ୍ଧାନା

ନୂଆଦିଲ୍ଲୀ,୧୫।୪: ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା କ୍ରିକେଟରୁ ବିରତି ନେଇ ଏବେ ତାଙ୍କ ଜନ୍ମସ୍ଥାନ ସାଙ୍ଗଲିରେ ଛୁଟି କାଟୁଛନ୍ତି। ଏହାର ଟିକିନିକି ଅପ୍‌ଡେଟ୍‌ ସେ...

ପୁଣି ଆହତ ହେଲେ CSK ଅଧିନାୟକ ଧୋନୀ! ଚିନ୍ତା ବଢ଼ାଇଲା ଏହି Video

ନୂଆଦିଲ୍ଲୀ,୧୫।୪: ଚଳିତ ଆଇପିଏଲ୍‌ ସିଜନ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି। ପ୍ରାରମ୍ଭିକ ୭ ମ୍ୟାଚ୍‌ରୁ ୨ ମ୍ୟାଚ୍‌ ଦଳ ଜିତିଥିବା ବେଳେ ଆଘାତ...

ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ: କହିଲେ, ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର.୧୫।୪: ବଲାଙ୍ଗିର ଜିଲାର ପାଟଣାଗଡ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ...

ତାଣ୍ଡବ ରଚିଲା କାଳବୈଶାଖୀ: ଏକାଧିକ ଘର ଛପର ଉଡିଲା

ଦାରିଙ୍ଗବାଡି, ୧୫।୪ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ରେ ପ୍ରବଳ ଝଡ଼ ତୋଫାନ ସହ ବିଜୁଳି ଏବଂ ଘଡ଼ଘଡ଼ି ସହ ପ୍ରବଳ...

ଏହି ୪ ରାଶିରେ ଜନ୍ମିତ ଯୁବତୀ ଜୀବନସାଥୀଙ୍କ ପାଇଁ ବହୁତ ଲକି; ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକେ

ବିବାହ ପରେ ଅନେକ ଲୋକଙ୍କ ଜୀବନ ବଦଳିଯାଇଥାଏ। କାହାର କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ତ କାହାର ବିଗିଡ଼ି ଯାଇଥିବା କାମ ସୁରୁଖୁରୁରେ ହୋଇଯାଏ। ଘରେ...

ଟେନଶନରେ ମାହି, CSK ଜିତିଲା ପରେ ଆଣିଲେ ସାଂଘାତିକ ଅଭିଯୋଗ!

ଲକ୍ଷ୍ନୌ,୧୫।୪: ୧୪ ଏପ୍ରିଲରେ ଚେନ୍ନାଇ ସୁପର କିଙ୍ଗସ, ଲକ୍ଷ୍ନୌ ସୁପରଜିଆଣ୍ଟସକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡରେ ପାଞ୍ଚ ୱିକେଟରେ ପରାସ୍ତ କରିଛି। କ୍ରମାଗତ ପାଞ୍ଚ ଥର ପରାଜୟ...

ଏସବୁ ଖାଦ୍ୟ ଖାଇବା ପରେ ପାଣି ପିଇବା ଆଦୌ ଠିକ୍‌ ନୁହେଁ, ଜାଣନ୍ତୁ…

ଶରୀରକୁ ସୁସ୍ଥ ରଖିବାରେ ପାଣିର ଭୂମିକା ଯଥେଷ୍ଟ ରହିଥାଏ। କୁହାଯାଏ, ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ପ୍ରତିଦିନ ୬ରୁ ୧୦ ଗ୍ଲାସ ପାଣି ପିଇବା ନିହାତି ଆବଶ୍ୟକ।...

କିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ବଡ଼ ଖୁଲାସା କଲେ ନୀତୀଶ କୁମାରଙ୍କ ପୁଅ

ପାଟନା,୧୫।୪: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ମଙ୍ଗଳବାର ପାଟନାରେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ନୀତୀଶ କୁମାର ହେଉଛନ୍ତି ବିହାରରେ ମୁଖ୍ୟମନ୍ତ୍ରୀଙ୍କ ଚେହେରା। ଅମିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image