Categories: ଖେଳ

ବାପା ହେବେ ଆରସିବିର ଏହି ଅଲରାଉଣ୍ଡର

ନୂଆଦିଲ୍ଲୀ,୧୧।୫: ଆଇପିଏଲରେ ଆରସିବି ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି। ଏନେଇ ସ୍ତ୍ରୀ ବିନି ରମଣ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଶେୟାର କରି କହିଛନ୍ତି, ମୁଁ ଏବଂ ଗ୍ଲେନ ମ୍ୟାକ୍ସୱେଲ ନୂତନ ଶିଶୁର ଆଗମନ ଘୋଷଣା କରି ବହୁତ ଖୁସି। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି, ଏହା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଆମେ ଜାଣୁ ଯେ ଏହି ଯାତ୍ରା ସହଜ ହେବ ନାହିଁ , ମୁଁ ଜାଣେ ଏହା କେତେ ଯନ୍ତ୍ରଣାଦାୟକ ହେବ। ତେବେ ଗ୍ଲେନ ମ୍ୟାକ୍ସୱେଲଙ୍କ ସ୍ତ୍ରୀ ବିନି ରମଣଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ସେପ୍ଟେମ୍ବର ମାସ ସୁଦ୍ଧା ବିନି ରମଣ ତାଙ୍କର ସନ୍ତାନଙ୍କୁ ଜନ୍ମ ଦେବେ।

ଗ୍ଲେନ ମ୍ୟାକ୍ସୱେଲ ଆଇପିଏଲର ଏହି ସିଜନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଛନ୍ତି। ତେବେ ଆଇପିଏଲ ଆରମ୍ଭରେ ଗ୍ଲେନ ମ୍ୟାକ୍ସୱେଲଙ୍କ ସ୍ତ୍ରୀ ଭାରତ ଆସିଥିଲେ, ପରେ ଅଷ୍ଟ୍ରେଲିଆ ଫେରିଯାଇଥିଲେ।

ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଖେଳିଥିଲା। ଏହି ମ୍ୟାଚରେ ଗ୍ଲେନ ମ୍ୟାକ୍ସୱେଲ ଏକ ଚମତ୍କାର ଇନିଂସ ଖେଳିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଗ୍ଲେନ ମ୍ୟାକ୍ସୱେଲ ୩୩ଟି ବଲରୁ ୬୮ସ୍କୋର କରିଥିଲେ। ସେ ତାଙ୍କ ଇନିଂସରେ ୮ ଚୌକା ଓ ୪ ଛକା ମାରିଥିଲେ। ତେବେ ଗ୍ଲେନ ମ୍ୟାକ୍ସୱେଲଙ୍କ ଦୃଢ ପ୍ରଦର୍ଶନ ସତ୍ତ୍ୱେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ଉଇକେଟରେ ପରାସ୍ତ କରିଥିଲା।

Share