ଦୁବାଇ,୨୬।୯: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)କୁ ୧୬୫ ରନ୍ରେ ରୋକି ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ। ଆମନ୍ତ୍ରଣ ପାଇଁ ପ୍ରଥମେ ବ୍ୟାଟିଂ କରିଥିବା ଆର୍ସିବି ଅଧିନାୟକ ବିରାଟ କୋହଲିଙ୍କ (୫୧ ରନ୍, ୩ ଲେଖାଏ ଚୌକା ଓ ଛକା) ଓ ଗ୍ଲେନ ମ୍ୟାକ୍ସଓ୍ବେଲ (୫୬ ରନ୍, ୬ ଚୌକା ଓ ୩ ଛକା) ବଳରେ ୧୮ତମ ଓଭର ସୁଦ୍ଧା ୩ ଉଇକେଟ ହରାଇ ୧୫୬ ରନ୍ କରିଥିଲା। ଲାଗୁଥିଲା ଦଳ ଅତିକମ୍ରେ ୧୮୦ ରନ୍ ପାର କରିବ। କିନ୍ତୁ ଅନ୍ତିମ ଦୁଇ ଓଭରରେ ୩ ଉଇକେଟ ହରାଇବାରୁ ଦଳ ମାତ୍ର ୯ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ଆର୍ସିବି। ଫଳରେ ଧାର୍ଯ୍ୟ ୨୦ ଓଭରରେ ୬ ଉଇକେଟ ହରାଇ ୧୬୫ ରନ୍ କରଛି। ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମରା ୩ ଉଇକେଟ ନେଇଥିଲେ।