ଦୁବାଇ,୮।୧୦: ପ୍ଲେ-ଅପ୍କୁ କ୍ୱାଲିଫାଏ କରିସାରିଥିବା ଦୁଇ ଦଳ ମଧ୍ୟରେ ଚାଲିଥିବା ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସ୍ଥିତି ସମ୍ପୂର୍ଣ୍ଣ ଗମ୍ଭୀର। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୫ ଉଇକେଟ କ୍ଷତିରେ ୧୬୪ ରନ୍ କରିଛି। ୧୬୫ ରନ୍ର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଆର୍ସିବି ଏବେ ୭ ଓଭରରେ ୩୨ ରନ୍ରେ ୨ ଉଇକେଟ ହରାଇ ସଙ୍କଟରେ ପଡ଼ିଛି। ବିରାଟ କୋହଲି (୪) ଓ ଦେବଦତ୍ତ ପାଡିକଲ (୦) ବିଫଳ ହୋଇଥିବା ବେଳେ ଶ୍ରୀକର ଭରତ (୧୯) ଓ ଏବି ଡି’ଭିଲୟର୍ସ (୧୧) ରନ୍ କରି ଖେଳୁଛନ୍ତି।