ମୁମ୍ବାଇ,୨୬।୪: ଆଇପିଏଲ ୨୦୨୧ର ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ୬୯ ରନ୍ରେ ପରାସ୍ତ କରିଛି। କ୍ରମାଗତ ଚତୁର୍ଥ ବିଜୟ ସହ ଟେବୁଲ ଶୀର୍ଷରେ ପହଞ୍ଚିଛି ସିଏସ୍କେ। ଏହାସହ ଚଳିତ ଟୁର୍ନାମେଣ୍ଟରେ ଆର୍ସିବିର ଏହା ପ୍ରଥମ ପରାଜୟ। ମ୍ୟାଚ୍ ହାରିବା ସହ ଅଧିନାୟକ ବିରାଟ କୋହଲିଙ୍କୁ ମନ୍ଥର ଓଭର ହାର ପାଇଁ ଜରିମାନା କରାଯାଇଛି। ଆଇପିଏଲ ଆଚରଣ ସଂହିତା ଅଧୀନରେ ଧୀର ଓଭର ସ୍ପିଡ ପାଇଁ କୋହଲିଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ। ଏହି ସିଜିନରେ କୋହଲିଙ୍କ ଦ୍ୱାରା ଏହା ପ୍ରଥମ ଅପରାଧ ଥିଲା ଏବଂ ତେଣୁ କୋହଲିଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା। ଟୁର୍ନାମେଣ୍ଟ ଆଉଥରେ ଏଭଳି କଲେ ମ୍ୟାଚ୍ରୁ ସେ ବାସନ୍ଦ ହୋଇପାରନ୍ତି।