Posted inଖେଳ

ସୂର୍ଯ୍ୟଙ୍କ ଆଗରେ ଆତ୍ମସମର୍ପଣ କଲା ଆରସିବି: ମୁମ୍ବାଇର ରେକର୍ଡ ବର୍ଷା

ନୂଆଦିଲ୍ଲୀ,୧୨।୪: ଆଇପିଏଲ ୨୦୨୪ରେ ସୁର୍ଯ୍ୟକୁମାର ଯାଦବ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଦ୍ୱିତୀୟ ମ୍ୟାଚ ଖେଳିଥିଲେ। ଏଥିରେ ସେ ୨୭୩.୬୮ ଷ୍ଟ୍ରାଇକ ରେଟ୍‌ରେ ୧୯ଟି ବଲରେ ୫୨ ରନ ସ୍କୋର କରି ଅନେକ ରେକର୍ଡ ଭାଙ୍ଗିଥିଲେ। ସିଜନର ପ୍ରଥମ ମ୍ୟାଚ୍‌ ସୂର୍ଯ୍ୟକୁମାର ଶୂନରେ ଆଉଟ ହୋଇଥିଲେ। କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ସେ ଚମତ୍କାର ଇନିଂସ ଖେଳିଥିଲେ। ସୂର୍ଯ୍ୟଙ୍କ ବ୍ୟତୀତ ଇଶାନ କିଶନ ମଧ୍ୟ ରନ୍‌ ବର୍ଷା କରିଥିଲେ।

ରେକର୍ଡ ବର୍ଷା
ସୂର୍ଯ୍ୟ ମାତ୍ର ୧୭ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲରେ ଏହା ମିଳିତ ଦ୍ରୁତତମ ଅର୍ଦ୍ଧଶତକ ଥିଲା।

୧୯୦ କିମ୍ବା ତା’ଠାରୁ ଅଧିକ ରନ୍‌ର ଟାର୍ଗେଟକୁ ପଛରେ ପକାଇ ମୁମ୍ବାଇ ଆଇପିଏଲ ଇତିହାସରେ ଚତୁର୍ଥ ଥର ପାଇଁ ସର୍ବାଧିକ ସଂଖ୍ୟକ ବଲ ବାକି ଥାଇ ଜିତିବାର ରେକର୍ଡ ସୃଷ୍ଟି କରିଛି। ୨୦୧୪ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧୯୦ ରନର ଲକ୍ଷ୍ୟକୁ ପଛରେ ପକାଇ ଦଳ ୩୨ ବଲ ବାକି ଥାଇ ଜିତିଥିଲା, ଯାହା ଟୁର୍ନାମେଣ୍ଟରେ ସର୍ବାଧିକ। ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ମୁମ୍ବାଇ ୧୯୭ ବଲ ପିଛା କରିଥିଲା।
ଗତ ସିଜନରେ ମଧ୍ୟ ମୁମ୍ବାଇ ଆରସିବି ବିପକ୍ଷରେ ଏକ ଚମତ୍କାର ବିଜୟ ହାସଲ କରିଥିଲା। ୨୦୨୩ରେ ଖେଳାଯାଇଥିବା ଆଇପିଏଲରେ ୱାଙ୍ଖେଡେରେ ଖେଳି ମୁମ୍ବାଇ ୨୧ଟି ବଲ ବାକି ଥାଇ ବେଙ୍ଗାଲୁରୁ ବିପକ୍ଷରେ ୨୦୦ ରନ୍‌ର ଟାର୍ଗେଟକୁ ପିଛା କରିଥିଲା।
ୱାଙ୍ଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର କ୍ରମାଗତ ଷଷ୍ଠ ପରାଜୟ। ୱାଙ୍ଖେଡେରେ ମୁମ୍ବାଇ ବିପକ୍ଷରେ ବେଙ୍ଗାଲୁରୁର ଶେଷ ବିଜୟ ୨୦୧୫ରେ ହୋଇଥିଲା।
ସୂଚନାଯୋଗ୍ୟ ଯେ, ମ୍ୟାଚରେ ଆରସିବି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ବୋର୍ଡରେ ୮ ଉଇକେଟ ନେଇ ୧୯୬ ରନ ସଂଗ୍ରହ କରିଥିଲା। ଦଳ ପାଇଁ ଅଧିନାୟକ ଫାଫ ଡୁ ପ୍ଲେସିସ ୪ଟି ଚୌକା ଓ ୩ ଛକା ସହାୟତାରେ ୪୦ ବଲରେ ୬୧ ରନ ସଂଗ୍ରହ କରିଥିଲେ। ତା’ପରେ ଟାର୍ଗେଟକୁ ପଛରେ ପକାଇ ମୁମ୍ବାଇ ଇଣ୍ଡିଆନ୍ସ ୧୫.୩ ଓଭରରେ ୩ ଉଇକେଟ ନେଇ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୀରଜଙ୍କ ପାଇଁ ହୃଦୟର କଥା କହିଦେଲେ ମନୁ ଭାକର: ମୁଁ ତୁମର…

ନୂଆଦିଲ୍ଲୀ,୧୬।୯: ବ୍ରସେଲ୍ସରେ ଅନୁଷ୍ଠିତ ଡାଏମଣ୍ଡ ଲିଗ୍‌ ଫାଇନାଲରେ ଭାରତର ତାରକା ଜାଭେଲିନ ଖୋଳାଳି ନୀରଜ ଚୋପ୍ରା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ଏକ ସେଣ୍ଟିମିଟର...

ଟ୍ରକ୍‌ ଡ୍ରାଇଭରଙ୍କ କଲର୍‌ ଧରିଦେଇଥିଲେ ଗୌତମ ଗମ୍ଭୀର: ବଡ଼ ଖୁଲାସା କଲେ ଆକାଶ ଚୋପ୍ରା

ନୂଆଦିଲ୍ଲୀ,୧୬।୯: ଟ୍ରକ ଡ୍ରାଇଭରଙ୍କ ସହ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଲଢେଇର ଏକ ମଜାଳିଆ କାହାଣୀ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ବର୍ଣ୍ଣନା...

ଭଙ୍ଗା ହାତରେ ବ୍ରୁସେଲ୍ ଡାଇମଣ୍ଡ ଲିଗ୍ ଖେଳିଲେ ନୀରଜ, କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୫।୯: ଭାରତର ତାରକା ଜାଭେଲିନ୍ ଫିଙ୍ଗାଳି ନୀରାଜ ଚୋପ୍ରା ପୁଣି ଆହତ ହୋଇଛନ୍ତି। ବ୍ରୁସେଲ୍ ଡାଇମଣ୍ଡ ଲିଗରେ ଲଗାତାର ଦ୍ୱିତୀୟ ଥର ପାଇଁ ରନର୍ସ ଅପ୍...

ସାଫ୍‌ରେ ଓଡ଼ିଆ କ୍ରୀଡ଼ାବିତ୍‌ଙ୍କ ଚମକ

ଭୁବନେଶ୍ୱର, ୧୫।୯ (ତପନ ସ୍ବାଇଁ): ଚେନ୍ନାଇରେ ଶେଷ ହୋଇଥିବା ଜୁନିୟର ଦକ୍ଷିଣ ଏସୀୟ ଆଥ୍‌ଲେଟିକ୍ସ ଫେଡେରେଶନ୍‌ (ସାଫ୍‌) ଚାମ୍ପିୟନଶିପ୍‌ରେ ଭାରତ ଭଲ ପ୍ରଦର୍ଶନ କରିଛି। ମୋଟ...

ପାକିସ୍ତାନକୁ ହରାଇ ସେମିରେ ଭାରତ

ହୁଲୁନବୁଇର (ଚାଇନା), ୧୪।୯: ଏସିଆନ ପୁରୁଷ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ କ୍ରମାଗତ ଚମତ୍କାର ପ୍ରଦର୍ଶନ କରିଆସୁଛି। ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୨-୧ ଗୋଲ୍‌ରେ...

ଆଜିଠୁ କଳିଙ୍ଗରେ ଓଡ଼ିଶା ଏଫ୍‌ସିର ଅଭିଯାନ

ଭୁବନେଶ୍ୱର, ୧୪।୯ (ତପନ ସ୍ବାଇଁ): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୨୩-୨୪ ଶୁକ୍ରବାର କୋଲକାତାରେ ଆରମ୍ଭ ହୋଇଛି। ଏହି ସମ୍ମାନଜନକ ଲିଗ୍‌ରେ ଭୁବନେଶ୍ୱରଭିତ୍ତିକ ଫ୍ରାଞ୍ଚାଇଜ୍‌ ଓଡ଼ିଶା...

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଚେନ୍ନାଇ ପହଞ୍ଚିଲେ ବିରାଟ, ସୁରକ୍ଷାକୁ ଦେଖିଲେ…, ଦେଖନ୍ତୁ ଭିଡିଓ

ଚେନ୍ନାଇ,୧୩।୯: ଭାରତୀୟ କ୍ରିକେଟ ଦଳର ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷ ଏକ ଦିବସୀୟ ସିରିଜ ପରେ ଲଣ୍ଡନ ଯାଇଥିଲେ, କିନ୍ତୁ ସେ ୧୯ତାରିଖରୁ...

ଭାରତର ୯୧ ବର୍ଷ ଟେଷ୍ଟ ଇତିହାସରେ ପ୍ରଥମଥର ଘଟିଲା ଏମିତି…

ଗ୍ରେଟର ନୋଏଡା,୧୩।୯: ଆଫଗାନିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଗ୍ରେଟର ନୋଏଡା ଟେଷ୍ଟକୁ ରଦ୍ଦ କରାଯାଇଛି। ଏପରିକି ଶୁକ୍ରବାର ଗୋଟିଏ ବି ବଲ ବୋଲିଂ କରାଯାଇପାରି ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri