ଚେନ୍ନାଇ, ୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଆରସିବି କେକେଆରକୁ ୩୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଆରସିବି ଦଳ ତିନିଟି ମ୍ୟାଚରୁ ୬ ପଏଣ୍ଟ ପାଇ ଟେବୁଲରେ ପ୍ରଥମ ସ୍ଥାନରେ ପହଞ୍ଚିଛି। ଏଥି ସହିତ, ତିନୋଟି ମ୍ୟାଚରେ ଏହା କେକେଆରର ଦ୍ୱିତୀୟ ପରାଜୟ। ଆରସିବି ପକ୍ଷରୁ ୟୁଜଭେନ୍ଦ୍ର ଚହଲ କେକେଆର୍ ବିପକ୍ଷରେ ଖେଳାଯାଇଥିବା ସିଜନର ତୃତୀୟ ମ୍ୟାଚ୍ରେ ଚହଲ ୨ଟି ଉଇକେଟ ନେଇଥିଲେ। ଏହା ପୂର୍ବରୁ ଖେଳାଯାଇଥିବା ଉଭୟ ମ୍ୟାଚ୍ରେ ସେ ଉଇକେଟ ପାଇବାରେ ବିଫଳ ହୋଇଥିଲେ। ତୃତୀୟ ମ୍ୟାଚ୍ରେ ଚହଲ ପ୍ରଥମ ଉଇକେଟ ନେବା ବେଳେ ତାଙ୍କ ସ୍ତ୍ରୀ ଧନଶ୍ରୀ ବର୍ମାଙ୍କ ଆଖିରୁ ଲୁହ ଝରିଯାଇଥିଲା। ଧନଶ୍ରୀ ଭାବପ୍ରବଣ ଥିବାବେଳେ କ୍ୟାମେରା କଏଦ କରିଥିଲା। ଚହଲ ନୀତୀଶ ରାଣାଙ୍କୁ ଆଇପିଏଲ ୨୦୨୧ରେ ତାଙ୍କର ପ୍ରଥମ ଶିକାର କରିଥିଲେ। ସୂଚନାଯୋଗ୍ୟ, ନିକଟରେ ଚହଲ ଏବଂ ଧନଶ୍ରୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।