Categories: ଖେଳ

ଟସ୍‌ ଜିତି ଆରସିବିର ବୋଲିଂ ନିଷ୍ପତ୍ତି

ବେଙ୍ଗାଲୁରୁ,୨୬।୪: ଆଇପିଏଲର ୩୬ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର)ମଧ୍ୟରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ପ୍ରଥମେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ କୋଲକାତା ନାଇଟ ରାଇଡର୍ସ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ।

ଅନ୍ୟପକ୍ଷରେ ଆରସିବି ୭ଟି ମ୍ୟାଚ ଖେଳି ୪ଟିରେ ଜିତିଛି। ବର୍ତ୍ତମାନ ପଏଣ୍ଟ ଟେବୁଲରେ ସେ ପଞ୍ଚମ ସ୍ଥାନରେ ଅଛି। ସେହିପରି କେକେଆର ୭ଟି ମ୍ୟାଚରେ ୨ଟିରେ ଜିତି ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି।

Share