Categories: ଖେଳ

ଆଇପିଏଲ ୫୪ ତମ ମ୍ୟାଚ: ଆଜି ମୁମ୍ବାଇ-ବାଙ୍ଗାଲୋର ଲଢେଇ

ମୁମ୍ବାଇ,୯।୫: ଆଇପିଏଲର ୫୪ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ)କୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)। ଏହି ମ୍ୟାଚ ମୁମ୍ବାଇର ଓ୍ବାଖେଡେ ଷ୍ଡାଡିୟମରେ ସା ୭.୩୦ରେ ଖେଳାଯିବ। ଉଭୟ ଦଳ ଚଳିତ ସିଜନରେ ଏ ପର୍ଯ୍ୟନ୍ତ ୧୦-୧୦ ମ୍ୟାଚ ଖେଳି ୫-୫ ଜିତିଛନ୍ତି। ଅର୍ଥାତ୍‌ ଏହି ଦଳଗୁଡ଼ିକ ସମାନ ଫର୍ମରେ ଅଛନ୍ତି। ତେବେ ଆଜିର ଏହି ମ୍ୟାଚରେ ୨ ଦଳ ଜିତିବାକୁ ସଂଘର୍ଷ କରିବେ।

ମେ’୬ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ସହ ଖେଳାଯାଇଥିଲା। ଏହି ମ୍ୟାଚରେ ଦିଲ୍ଲୀ ୭ ଉଇକେଟରେ ବାଙ୍ଗାଲୋରକୁ ପରାସ୍ତ କରିଥିଲା।

 

Share