Categories: ଖେଳ

ବୃହତ୍‌ ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ: ମୂଳରୁ ଆଣ୍ଠେଇଲାଣି ଆର୍‌ସିବି

ମୁମ୍ବାଇ, ୧୩।୫- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବିକୁ ବୃହତ୍‌ ବିଜୟ ଲକ୍ଷ୍ୟ ଦେଇଛି ପଞ୍ଜାବ କିଙ୍ଗ୍ସ। ଜନି ବେୟାରଷ୍ଟୋ ଓ ଲିଆମ ଲିଭିଂଷ୍ଟୋନଙ୍କ ଅର୍ଦ୍ଧଶତକ ସହାୟତାରେ ପଞ୍ଜାବ ୨୦ ଓଭରରେ ୯ ଉଇକେଟ ହରାଇ ୨୦୯ ରନ ସଂଗ୍ରହ କରିଛି। ୧୧ ମ୍ୟାଚରୁ ୧୦ ପଏଣ୍ଟ ପାଇଥିବାରୁ ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ ରଖିବାକୁ ହେଲେ ପଞ୍ଜାବକୁ ଏହି ମ୍ୟାଚ ଜିତିବା ନିହାତି ଆବଶ୍ୟକ ହୋଇଛି। ରିପୋର୍ଟ ଲେଖା ହେବା ବେଳକୁ ଆର୍‌ସିବି ୭ ଓଭରରେ ୫୩ ରନରେ ୩ଟି ଉଇକେଟ ହରାଇଛି। ବିରାଟ କୋହଲି ୨୦, ଫାଫ୍‌ ଡୁ’ପ୍ଲେସି ୧୦ ଓ ମହୀପାଲ ଲୋମରୋର୬ ରନ୍‌ କରି ଆଉଟ ହୋଇଛନ୍ତି।

Share