ଆର୍‌ସିବି ବିଜୟୀ…

ମୁମ୍ବାଇ, ୧୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୩୧ ତମ ମ୍ୟାଚ୍‌ରେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ବିଜୟ ହାସଲ କରିଛି ।  ଧାର୍ଯ୍ୟ ୧୮୨ ରନ୍ ଲକ୍ଷ୍ୟର ପିଛା କରି ଏଲଏସଜି ୨୦ ଓଭରରେ   ୮ ୱିକେଟ ହରାଇ   ୧୬୩ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ଏଲଏସଜି ପକ୍ଷରୁ ଅଧିନାୟକ କେ.ଏଲ୍‌.ରାହୁଲ ୨୪ ବଲରେ ୩୦ ରନ ସଂଗ୍ରହ କରିଥିବାବେଳେ କୁନାଲ ପାଣ୍ଡେ ୨୮ ବଲରେ  ୪୨ ରନ କରିଥିଲେ ।

ମହାରାଷ୍ଟ୍ର ମୁମ୍ବାଇର ଡ. ଡି.ଓ୍ବାଇ. ପାଟିଲ ସ୍ପୋର୍ଟସ ଏକାଡେମୀ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଏଲ୍‌ଏସ୍‌ଜି ଅଧିନାୟକ କେ.ଏଲ୍‌. ରାହୁଲ ଟସ ଜିଣିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଆର୍‌ସିବି ଅଧିନାୟକ ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ନେତୃତ୍ୱରେ ଟିମ୍‌ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୮୧ ରନ୍‌ କରିଥିଲେ। ଫଳରେ ଏଲ୍‌ଏସ୍‌ଜି ପାଇଁ ବିଜୟ ଲକ୍ଷ୍ୟ ୧୮୨ ରନ୍‌ ରହିଥିଲା।

ଆରସିବି ପକ୍ଷରୁ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୧୧ବଲ୍‌ରେ ୨୩ ରନ୍‌ କରିଥିବାବେଳେ ଅଧିନାୟକ ଫାପ ଡୁ ପ୍ଲେସିସି ବିସ୍ଫୋରକ ବ୍ୟାଟିଂ କରି ୬୪ ବଲ୍‌ରେ ୯୬ ରନ୍‌ କରିଥିଲେ। ସେହିପରି ଶାହାବାଜ୍‌ ଅହମ୍ମଦ ୨୨ ବଲ୍‌ରେ ୨୬ ରନ୍‌ କରିଥିଲେ।

Share