ମୁମ୍ବାଇ, ୯।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ୍(ଏମ୍ଆଇ) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍(ଆର୍ସିବି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ରର ପୁଣେ ସ୍ଥିତ କ୍ରିକେଟ ଆସୋସିଏଶନ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଆରସିବି ଅଧିନାୟକ ଫାଫ ଡୁ ପ୍ଲେସିସ ଟସ ଜିଣିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ହେଇଛନ୍ତି। ଏମ୍ଆଇର ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ବ୍ୟାଟିଂ ଆରମ୍ଭ କରିଛି।
ଏମ୍ଆଇ ଟିମ୍ରେ ରୋହିତ ଶର୍ମା(ଅଧିନାୟକ), ଇଶାନ କିଶନ (ଓ୍ବିକେଟ କିପର), ଅନମୋଲପ୍ରୀତ ସିଂ, ତିଲକ ଭର୍ମା, କିରେନ ପୋଲାର୍ଡ, ଟିମ ଡେଭିଡ, ଡାନିଏଲ ସାମସ, ମୁରୁଗାନ ଅଶ୍ୱିନ, ଜସପ୍ରୀତ ବୁମରା, ଟାଇମଲ ମିଲ୍ସ, ବେସିଲ ଥାମ୍ପି ଖେଳୁଛନ୍ତି।
ସେହିପରି ଆର୍ସିବି ଟିମ୍ରେ ଅନୁଜ ରାୱତ, ବିରାଟ କୋହଲି, ଦୀନେଶ କାର୍ତ୍ତିକ (ଓ୍ବିକଟ କିପର), ଶେରଫେନ ରଦରଫୋର୍ଡ, ଶାହାବାଜ ଅହମ୍ମଦ, ୱାନିନ୍ଦୁ ହସରାଙ୍ଗା, ଡେଭିଡ ୱିଲି, ହର୍ଷଲ ପଟେଲ, ଆକାଶ ଦୀପ, ମହମ୍ମଦ ସିରାଜ ପ୍ରମୁଖ ରହିଛନ୍ତି।