ଆର୍‌ସିବିର ବ୍ୟାଟିଂ ବିପର୍ଯ୍ୟୟ, ଏସ୍‌ଆର୍‌ଏଚ୍‌ ପାଇଁ ବିଜୟ ଲକ୍ଷ୍ୟ ୬୯…

ମୁମ୍ବାଇ, ୨୩।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷରେ ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ର ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଏସ୍‌ଆର୍‌ଏଚ୍‌ର ଅଧିନାୟକ କେନ ୱିଲିୟମସନ ଟସ ଜିଣିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଆର୍‌ସିବି ଅଧିନାୟକ ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ନେତୃତ୍ୱରେ ଟିମ୍‌ ବ୍ୟାଟିଂ ଆରମ୍ଭ କରିଥିଲା। ତେବେ ପ୍ରଥମରୁ ଆର୍‌ସିବିର ବ୍ୟାଟିଂରେ ବିପର୍ଯ୍ୟୟ ଘଟିଥିଲା। ଆର୍‌ସିବି ୧୬.୧ ଓଭରରେ ୧୦ ଓ୍ବିକେଟ ହରାଇ ୬୮ ରନ୍‌ କରିଛି। ଏସ୍‌ଆର୍‌ଏଚ୍‌ ପାଇଁ ୬୯ ରନ୍‌ର ବିଜୟ ଲକ୍ଷ୍ୟ ରହିଛି

। ଆରସିବି ପକ୍ଷରୁ ବିରାଟ କୋହଲି ପୁଣି ଫ୍ଲପ୍‌ ହୋଇଛନ୍ତି। ସେ ଶୂନରେ ଆଉଟ୍‌ ହୋଇ ପାଭିଲିୟନ ଫେରିଥିବାବେଳେ ଅନୁଜ ରାଓ୍ବତ ଏବଂ ଦିନେଶ କାର୍ତ୍ତିକ ମଧ୍ୟ ଖାତା ଖୋଲି ପାରି ନାହାନ୍ତି। ଗ୍ଲେନ୍‌ ମାକ୍ସ୍‌ ଓ୍ବେଲ୍‌ ୧୧ ବଲ୍‌ରେ ୧୨ ରନ୍‌ କରିଥିବାବେଳେ ସୁୟାଶ ପ୍ରଭୁଦେଶାଇ ୨୦ ବଲ୍‌ରେ ୧୫ ରନ୍‌ କରିଥିଲେ।

Share