୬୭ବର୍ଷୀୟ ରିଟାର୍ଡ ଅଫିସରଙ୍କୁ ପୁଣି ନିଯୁକ୍ତି, ସ୍କୁଲ ଓ ଗଣଶିକ୍ଷା ବିଭାଗରେ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର,୧୦।୭: ରାଜ୍ୟରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ଜଣେ ୬୭ବର୍ଷୀୟ ରିଟାର୍ଡ ଅଫିସରଙ୍କୁ ପୁନଃନିଯୁକ୍ତି ମିଳିଛି। ରିଟାର୍ଡ ଓଏଏସ ଅଫିସର ଖଗେନ୍ଦ୍ର କୁମାର ପାଢୀଙ୍କୁ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଲିଗାଲ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟର ଲିଗାଲ କନସଲଟାଂଟ ଭାବେ ପୁନଃନିଯୁକ୍ତି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଅର୍ଥ ବିଭାଗର ଅନୁମୋଦନ ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଯୁକ୍ତି ଦେଇଥିବା ସୂଚନା ମିଳିଛି। ଜୁଲାଇ ୨ତାରିଖରୁ ତାଙ୍କୁ ଏକବର୍ଷ ପାଇଁ ଏହି ପଦବୀରେ ମାସିକ ୬୦ହଜାର ଟଙ୍କା ପାରିଶ୍ରମିକରେ ଅବସ୍ଥାପିତ କରାଯାଇଛି । ତେବେ ଜଣେ ରିଟାର୍ଡ ଅଫିସରଙ୍କୁ ପୁଣି ନିଯୁକ୍ତ ଦେବା ପ୍ରଥମ ଘଟଣା ବୋଲି ଜଣାପଡିଛି।

Share