ନାମାଙ୍କନ ପାଇଁ ପୁନଃ ବିଜ୍ଞପ୍ତି

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ଯେଉଁ ନିର୍ବାଚନମଣ୍ଡଳୀରେ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି କିମ୍ବା ସମସ୍ତ ପ୍ରାର୍ଥିପତ୍ର ଖାରଜ ହୋଇଛି, ସେଠାରେ ନାମାଙ୍କନ ପାଇଁ ପୁଣି ସୁଯୋଗ ଦିଆଯାଇଛି। ପୁଣି ଥରେ ନାମାଙ୍କନ ଦାଖଲ କରିବା ପାଇଁ ଜିଲାସ୍ତରରେ ଗୁରୁବାର ପୁନଃ ବିଜ୍ଞପ୍ତି ଜାରି କରାଯାଇଛି। ୱାର୍ଡମେମ୍ବର ଏବଂ ସରପଞ୍ଚ ପଦବୀ ନିମନ୍ତେ ସମ୍ପୃକ୍ତ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ/ୱାର୍ଡରେ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ପଞ୍ଚାୟତ ସମିତି ସଭ୍ୟ ପାଇଁ ବ୍ଲକ କାର୍ଯ୍ୟାଳୟ ଏବଂ ଜିଲା ପରିଷଦ ପଦବୀ ନିମନ୍ତେ ଉପଜିଲାପାଳ/ବ୍ଲକ୍‌ କାର୍ଯ୍ୟାଳୟରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ଜାନୁୟାରୀ ୨୯ରୁ ୩୧ ପୂର୍ବାହ୍ନ୧୧ଟାଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରାଯିବ ା ଫେବୃୟାରୀ ୧ ତାରିଖ ପୂର୍ବାହ୍ନ ୧୧ଟାରେ ନାମାଙ୍କନପତ୍ର ଯାଞ୍ଚ କରାଯିବ ଏବଂ ୨ ତାରିଖ ଅପରାହ୍ନ ୩ଟା ସୁଦ୍ଧା ଯୋଗ୍ୟ ପ୍ରାର୍ଥୀଙ୍କର ତାଲିକା ପ୍ରକାଶ ପାଇବ ା ଫେବୃୟାରୀ ୪ ତାରିଖ ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରାଯିବା ସହ ସେହିଦିନ ଅପରାହ୍ନରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ା ଏହି ବିଜ୍ଞପ୍ତି ମଧ୍ୟ ରାଜ୍ୟ ନିର୍ବାଚନ ଆୟୋଗଙ୍କ ୱେବ୍‌ସାଇଟ୍‌ www.secodisha.gov.inରେ ଉପଲବ୍ଧ ହେବ ା ମତଦାନ, ଭୋଟ ଗଣତି ଓ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବ ନିର୍ଦ୍ଧାରିତ ବିଜ୍ଞପ୍ତି ଅନୁସାରେ ହେବ ା ଏହାପରେ ଯଦି କୌଣସି ନିର୍ବାଚନ କ୍ଷେତ୍ରରେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ ନ କରନ୍ତି ତେବେ ସେଠାରେ ଆଉ ନିର୍ବାଚନ ପାଇଁ ସୁଯୋଗ ମିଳିବ ନାହିଁ। ସରପଞ୍ଚ ଏବଂ ୱାର୍ଡମେମ୍ବର ସଭ୍ୟ କ୍ଷେତ୍ରରେ ସମ୍ପୃକ୍ତ ଉପଜିଲାପାଳ ଖାଲି ରହିଥିବା ପଦବୀ ନିମନ୍ତେ ପ୍ରାର୍ଥୀଙ୍କୁ ମନୋନୀତ କରିବେ । ପଞ୍ଚାୟତ ସମିତି ସଭ୍ୟ ଓ ଜିଲା ପରିଷଦ ସଭ୍ୟ କ୍ଷେତ୍ରରେ ଖାଲି ରହିଥିବା ପଦବୀ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରାର୍ଥୀ ମନୋନୟନ କରାଯିବ ା ୪ ହଜାରରୁ ଊର୍ଦ୍ଧ୍ୱ ୱାର୍ଡମେମ୍ବର, ୬ ସମିତି ସଭ୍ୟ, ୭ ସରପଞ୍ଚ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ ହେବ।

Share