ଚାଲିଛି ସାନି ମତଦାନ

ଭୁବନେଶ୍ୱର,୨୩।୨(ବ୍ୟୁରୋ): ରାଜ୍ୟରେ ବିଭିନ୍ନ ବୁଥରେ ବୁଧବାର ସାନି ମତଦାନ ହେଉଛି । ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଯୋଗୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥଗିତ ଥିବା ୪୫ଟି ବୁଥରେ ଆଜି ପୁଣି ମତଦାନ ହୋଇଛି। ଯାଜପୁର, ଢ଼େଙ୍କାନାଳ, ପୁରୀ, ଭଦ୍ରକ, ବୌଦ୍ଧ, ବଲାଙ୍ଗୀର, ଜଗତ୍‌ସିଂହପୁର, କେନ୍ଦୁଝର, ମୟୂରଭଞ୍ଜର ୪୫ଟି ବୁଥରେ ମତଦାନ ସକାଳ ୯ରୁ ଆରମ୍ଭ ହୋଇଯାଇଛି। ଏହା ୩ଟା ପର୍ଯ୍ୟନ୍ତ ଚାଲିବ । ବିଭିନ୍ନ କାରଣରୁ ବିଶୃଙ୍ଖଳା ହୋଇଥିବାରୁ ପ୍ରଥମ ପର୍ଯ୍ୟାୟରେ ୨୫ଟି ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଥିଲା ।
ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୨୦ ବୁଥ୍‌ରେ ମତଦାନ ବାଧାପ୍ରାପ୍ତ ହୋଇଥିଲା । ବିଭିନ୍ନ ବୁଥରେ ନିର୍ବାଚନ ସ୍ଥଗିତ ରହିଥିଲା । ତେବେ ଆଜି ହେଉଥିବା ସାନି ମତଦାନ ପରେ ବାଲାଟ ବାକ୍ସକୁ ସ୍ବତନ୍ତ୍ର ସ୍ଥାନରେ ସୁରକ୍ଷିତ ରଖାଯିବ ।

Share