Categories: ଜାତୀୟ

ଆସାମର ୪ ବୁଥ୍‌ରେ ସାନି ମତଦାନ ନିର୍ଦ୍ଦେଶ

ଗୁଆହାଟୀ, ୧୧।୪(ଆଇଏଏନ୍‌ଏସ୍‌): ଆସାମର ୩ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ଟି ବୁଥ୍‌ରେ ସାନି ମତଦାନ ପାଇଁ ନିର୍ବାଚନ କମିଶନ ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ବୁଥ୍‌ଗୁଡ଼ିକରେ ଏପ୍ରିଲ୍‌ ୧ ତାରିଖ ଭୋଟଗ୍ରହଣ କରାଯାଇଥିଲା। ତେବେ ବିଭିନ୍ନ ରିପୋର୍ଟ ଏବଂ କେତେକ ସ୍ଥିତିକୁ ବିଚାରକୁ ନେଇ ସେହିସବୁ ବୁଥ୍‌ରେ ଏପ୍ରିଲ ୨୦ରେ ସାନି ମତଦାନ ପାଇଁ ଇସି ନିଷ୍ପତ୍ତି ନେଇଛନ୍ତି। ରତାବାରି ଆସନର ଇନ୍ଦିରା ଏମ୍‌.ଭି. ସ୍କୁଲ୍‌ (ଦକ୍ଷିଣ), ସୋନାଇ ଆସନର ମଧ୍ୟ ଧାନଚାରୀ ଲୋୟର ପ୍ରାଇମେରି ସ୍କୁଲ ଏବଂ ହାଲଫ୍ଲଙ୍ଗ ଆସନର ଖୋଥଲିର ଲୋୟାର ପ୍ରାଇମେରି ସ୍କୁଲ ଓ ମୌଲଦାମ ଲୋୟର ପ୍ରାଇମେରି ସ୍କୁଲରେ ପୁନର୍ବାର ମତଦାନ ହେବ।

Share